କାର୍ଡବୋର୍ଡରେ ଅନନ୍ୟ କାରିଗରି

ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଗବାନଙ୍କ ଠାରୁ ଭକ୍ତ ଅଲଗା ସିନା କଟକଣା ପାଇଁ ହୁଏ । କିନ୍ତୁ ହୃଦୟ ତାର ସବୁବେଳେ ଭଗବାନଙ୍କ ପାଖରେ ଥାଏ । କରୋନା କଟକଣା ପାଇଁ ଶ୍ରୀକ୍ଷେତ୍ର ସିନା ଯାଇ ପାରିଲେନି ହେଲେ ପ୍ରଭୁଙ୍କ କୃପାରୁ ନିଜେ ରଥ ଗଢ଼ି ଦର୍ଶନ କଲେ ଲୋକନାଥ । କାର୍ଡବୋର୍ଡରେ

ରଥ ଓ ଚତୁର୍ଦ୍ଧାମୂର୍ତ୍ତି ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି ଇଂଜିନିୟର ଛାତ୍ର ଲୋକନାଥ। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ବସନ୍ତିଆ ଫଚାୟତ ସ୍ଥିତି ବରକୋଣା ଗ୍ରାମର ଦିଲିପ କୁମାର ସ୍ୱାଇଁଙ୍କ ପୁତ୍ର ଲୋକନାଥ । ବୟସ ୧୯ ବର୍ଷ । ପିତା ଜଣେ ଚାଷୀ ଶ୍ରେଣୀର । ସେ ଏବେ ବରପଦା ସ୍ଥିତ ଇଂଜିନିୟରିଂ କଲେଜରେ ୨ୟ ବର୍ଷ ରେ ଅଧ୍ୟୟନ କରୁଛନ୍ତି । ବାଲ୍ୟାବସ୍ଥାର ପ୍ରାଥମିକ ବିଦ୍ୟାଳୟରେ ପଢ଼ିବା ସମୟରେ ପ୍ରଥମେ ତାଙ୍କର ଚିତ୍ର ଅଙ୍କନ ପ୍ରତି ଆଗ୍ରହ ସୃଷ୍ଟି ହୋଇଥିଲା l ବିଭିନ୍ନ ବିଦ୍ୟାଳୟ ଓ ଅନୁଷ୍ଠାନରେ ହେଉଥିବା ପ୍ରତିଯୋଗିତାରେ ସୁନ୍ଦର ସୁନ୍ଦର ଚିତ୍ରାଙ୍କନ କରି ପୁରସ୍କୃତ ହୋଇଥିଲେ ।

ନିଜର କଠୋର ନିଷ୍ଠା ଓ ସାଧନା ଦ୍ୱାରା ସେ ଆଜି ନିଜର ଲକ୍ଷ୍ୟ ସ୍ଥଳରେ ପହଁଚିପାରିଛନ୍ତି । ବସନ୍ତିଆ ଫଚାୟତ ହାଇସ୍କୁଲରେ ପଢ଼ିବାବେଳେ ମଧ୍ୟ ନିଜ ଗୃହରେ ବିଭିନ୍ନ ସ୍ଥାନରେ ସୁନ୍ଦର ଚିତ୍ର ମାନ ଅଂଙ୍କନ କରି ଏହି କଳାପ୍ରତି ତାଙ୍କର ଆଗ୍ରହ ବହୁଗୁଣିତ ହୋଇଥିଲା । ଗଣେଶ , ସରସ୍ଵତୀ,ମା’ ମଙ୍ଗଳା ଙ୍କ ପର୍ବ ପର୍ବାଣୀରେ ମାଟିର ସୁନ୍ଦର ମୂର୍ତ୍ତି ମାନ ନିର୍ମାଣ କରି ସମସ୍ତଙ୍କ ପ୍ରିୟ ଭାଜନ ହୋଇଥିଲେ । ଏବେ ନିଜ ଘରେ କାର୍ଡବୋର୍ଡ ମାଧ୍ୟମରେ ଦୀର୍ଘ ୧୫ ଦିନ ଧରି ତିନିଫୁଟ ଉଚ୍ଚତାରେ ସୁନ୍ଦର ରଥ ନିର୍ମାଣ ସାରି ଏବେ ଚତୁର୍ଦ୍ଧାମୂର୍ତ୍ତି ଯଥା ପ୍ରଭୁ ଜଗନ୍ନାଥ , ବଳଭଦ୍ର ,ମା ଶୁଭଦ୍ରା ଓ ଶ୍ରୀ ସୁଦର୍ଶନ ଙ୍କ ପ୍ରତିମୂର୍ତ୍ତି ନିର୍ମାଣରେ ନିମଗ୍ନ ରହିଛନ୍ତି । ଜଗନ୍ନାଥ ଓ ବଳଭଦ୍ର ଓ  ସୁଦର୍ଶନଙ୍କ ଉଚ୍ଚତା ଦେଢ଼ଫୁଟ ଥିବା ବେଳେ ଶୁଭଦ୍ରାଙ୍କ ଉଚ୍ଚତା ଏକ ଫୁଟ ରହିଛି । ତାଙ୍କର ଏହି  କଳାକୃତି ଦେଖି ଗ୍ରାମବାସୀ ମାନେ ପ୍ରଶଂସା କରୁଛନ୍ତି ଏବଂ ଗ୍ରାମର କୁନିକୁନି ପିଲା ମାନେ ଏହାକୁ ଦେଖି ବେଶ ଖୁସି ଅଛନ୍ତି ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।