ଭାଗଚାଷୀଙ୍କ ସୁବିଧା ପାଇଁ ନୂଆ ଆଇନ ଆଣିବେ ରାଜ୍ୟ ସରକାର: ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ଭାଗଚାଷୀଙ୍କ ସୁବିଧା ପାଇଁ  ରାଜ୍ୟ ସରକାର ଚଳିତବର୍ଷ ଏକ ନୂଆ ଆଇନ ଆଣିବେ ବୋଲି ରାଜସ୍ୱ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଛନ୍ତି। । ପୂର୍ବରୁ ଭାଗଚାଷୀମାନେ ସେମାନଙ୍କ ହକ ପାଉ ନ ଥିଲେ। ଯାହା ଇନପୁଟ ସବସିଡି ମିଳୁଥିଲା ତାକୁ ଜମି ମାଲିକ ନେଇ ଯାଉଥିଲେ। ଚଳିତବର୍ଷ ଆମେ ଯେଉଁ ଆଇନ ଆଣିବାକୁ ଚାହୁଁଛୁ ଏଥିରେ ଭାଗଚାଷୀମାନେ ସିଧାସଳଖ ଉପକୃତ ହେବ ବୋଲି ସେ କହିଛନ୍ତି।

ସେହିପରି ପୂର୍ବତନ ମୁଖ୍ୟ ଶାସନ ସଚିବ ସୁଧାଂଶୁ ଭୂଷଣ ମିଶ୍ର କହିଛନ୍ତି, ଆମ ଆଇନରେ ଭାଗଚାଷୀଙ୍କ ସତ୍ୱ ନାହିଁ। ସେମାନେ କିପରି ସରକାରୀ ସହାୟତା ଓ ଋଣ ପାଇ ପାରିବେ ସେ ନେଇ ରାଜ୍ୟ ସରକାର ନିଜ ମତ ଉପସ୍ଥାପନ କରିବେ ବୋଲି ଆଶା କରୁଛି।

ଅନ୍ୟପକ୍ଷରେ, କେନ୍ଦ୍ର ସରକାରଙ୍କ ନୀତି ଆୟୋଗର କୃଷି ପରାମର୍ଶଦାତା ଡକଟର ଜେ.ପି.ମିଶ୍ର ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି କରିଛନ୍ତି। ଏଥିରେ ଆସନ୍ତା ୮ ତାରିଖରେ ସମସ୍ତ ରାଜ୍ୟର ରାଜସ୍ୱ ସଚିବମାନଙ୍କୁ ନେଇ ନୂଆଦିଲ୍ଲୀରେ ନୀତି ଆୟୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ବୋଲି କୁହାଯାଇଛି। ଭାଗଚାଷୀଙ୍କ ପାଇଁ କେନ୍ଦ୍ର ସରକାର ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। କମିଶନ ଫର କଷ୍ଟ ଏଗ୍ରିକଲଚୁରାଲ କଷ୍ଟ ଆଣ୍ଡ ପ୍ରାଇସେସ୍ ବା ସିବିସିପିର ପୂର୍ବତନ ଅଧ୍ୟକ୍ଷ ଏହି କମିଟିର ଅଧ୍ୟକ୍ଷ ଅଛନ୍ତି।

ଭାଗଚାଷୀଙ୍କ ପାଇଁ ଦେଶର ରାଜ୍ୟଗୁଡିକରେ ଥିବା ଆଇନରେ କ’ଣ ରହିଛି ତା’ର ଅନୁଧ୍ୟାନବୈଠକରେ କରାଯିବ। ସେହିପରି ରାଜ୍ୟମାନଙ୍କରେ ଥିବା ଆଇନରେ କ’ଣ ସଂଶୋଧନ କରାଯାଇପାରି, ନୂଆ ଆଇନରେ ଆବଶ୍ୟକତା ରହିଛି କି ନାହିଁ ଓ ଦେଶରେ ଏକ ମଡେଲ ଲ୍ୟାଣ୍ଡ ଲିଜିଂ ଆକ୍ଟର ରୂପରେଖ କେମିତି ହେବ ସେ ନେଇ ବୈଠକରେ ଆଲୋଚନା ହେବ।