ନିର୍ବାଚନ ଲଢ଼ିବି ନାହିଁ, କିନ୍ତୁ ସଂଗ୍ରାମ ଜାରି ରଖିବି: ଭକ୍ତ ଦାସ

ନୂଆପଡ଼ା(ମାୟାଧର ସରାଫ): ମୁଁ ଆଉ ଲୋକସଭା ନିର୍ବାଚନ ଲଢ଼ିବି ନାହିଁ, କିନ୍ତୁ ସଂଗ୍ରାମ ଜାରି ରଖିବି।  ୯ ଥର ନିର୍ବାଚନ ଲଢ଼ିଲିଣି, ଏଣିକି ନୂଆ ପିଲାମାନେ ନିର୍ବାଚନ ଲଢ଼ିବେ। ଆମେ ତାର ମାର୍ଗ ଦର୍ଶକ ହେବୁ। ଆଜି ଏଭଳି କିଛି ଢଙ୍ଗରେ ନିର୍ବାଚନ ରାଜନୀତିରୁ ସନ୍ୟାସ ନେବା ପାଇଁ ଘୋଷଣା କରିଛନ୍ତି ପୂର୍ବତନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ। ସେ ଆହୁରି କହିଛନ୍ତି,“ ମୁଁ ତିନି ଥର ସାଂସଦ ହୋଇଛି। ୬ ଥର […]

congress.jpg00

congress.jpg00

Tapaswini Nayak
  • Published: Wednesday, 02 October 2019
  • Updated: 02 October 2019, 03:12 PM IST

Sports

Latest News

ନୂଆପଡ଼ା(ମାୟାଧର ସରାଫ): ମୁଁ ଆଉ ଲୋକସଭା ନିର୍ବାଚନ ଲଢ଼ିବି ନାହିଁ, କିନ୍ତୁ ସଂଗ୍ରାମ ଜାରି ରଖିବି।  ୯ ଥର ନିର୍ବାଚନ ଲଢ଼ିଲିଣି, ଏଣିକି ନୂଆ ପିଲାମାନେ ନିର୍ବାଚନ ଲଢ଼ିବେ। ଆମେ ତାର ମାର୍ଗ ଦର୍ଶକ ହେବୁ। ଆଜି ଏଭଳି କିଛି ଢଙ୍ଗରେ ନିର୍ବାଚନ ରାଜନୀତିରୁ ସନ୍ୟାସ ନେବା ପାଇଁ ଘୋଷଣା କରିଛନ୍ତି ପୂର୍ବତନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ।

ସେ ଆହୁରି କହିଛନ୍ତି,“ ମୁଁ ତିନି ଥର ସାଂସଦ ହୋଇଛି। ୬ ଥର ନିର୍ବାଚନ ହାରିଛି। ସେତିକି ପ୍ରଚୁର ନୁହେଁ କି। ମୁଁ କ୍ଷମତାକୁ ଜାବୁଡ଼ି ଧରି ବସିବା ଲୋକ ନୁହେଁ। ମୁଁ ଲୋକଙ୍କ ଉପରେ ବୋଝ ହେବାକୁ ଚାହେଁ ନାହିଁ। କଂଗ୍ରେସ ଦଳରେ ଅଛି । ଦଳରେ ରହି ସାଧାରଣ ଲୋକଙ୍କ ପାଇଁ ସଂଗ୍ରାମ ଜାରି ରଖିବି।“

ଭକ୍ତ କହିଛନ୍ତି,“ ରାଜ୍ୟ ସରକାର ପଶ୍ଚିମ ଓଡ଼ିଶାକୁ ଅଣଦେଖା କରୁଛନ୍ତି। ଯଦି ରାଜ୍ୟ ସରକାର ଏପରି ପଶ୍ଚିମ ଓଡ଼ିଶାକୁ ଅଣ ଦେଖା କରିବା ଜାରି ରଖନ୍ତି, ତେବେ ଅନ୍ୟ ଏକ ରାଜ୍ୟ ଗଠନ ହେବ।” ଆଜି କଂଗ୍ରେସ ପଦଯାତ୍ରା ଅବସରରେ ଭକ୍ତ ଦାସ ଏହି ସୂଚନା ଦେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos