ବ୍ରହ୍ମପୁର: ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଦୁଇ ଶ୍ରମିକ ମୃତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ଥାନା ଅନ୍ତର୍ଗତ ବୋମକେଇରେ ପାଇଖାନା ଟାଙ୍କି କାମ କରୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ବୋମକେଇ ଗାଁର ପ୍ରଦୀପ ପ୍ରଧାନ ଓ ସମ୍ବାରୁ ପ୍ରଧାନ। ଦିଗପହଣ୍ଡି ବ୍ଲକ ଉପାଧ୍ୟକ୍ଷ ବିପିନି ପ୍ରଧାନଙ୍କ ପାଇଖାନା ଟାଙ୍କି କାମ ଚାଲିଥିବାବେଳେ ଏହି ଅଘଟଣ ଘଟିଛି। ଗୁରୁତର ଅବସ୍ଥାରେ ପ୍ରଦୀପ ଓ ସମ୍ବାରୁଙ୍କୁ ବହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।