ଟିକସ୍‌ ଫାଙ୍କି ଅଭିଯୋଗ: ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଭାସ୍କର ରାଓଙ୍କୁ ଆୟକର ବିଭାଗର ନୋଟିସ୍‌

ଭୁବନେଶ୍ୱର: ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଭାସ୍କର ରାଓଙ୍କୁ ଆୟକର ବିଭାଗ ନୋଟିସ୍‌ ପଠାଇଛି। ୪୧ ଲକ୍ଷ ଟଙ୍କା ଆୟକର ଫାଙ୍କି ନେଇ ଏହି ନୋଟିସ୍ ପଠାଯାଇଛି। ଆଜି ଆୟକର ବିଭାଗର ଦୁଇ ଜଣ ଅଧିକାରୀ ଭାସ୍କରଙ୍କ ଭୁବନେଶ୍ୱର ସ୍ଥିତ ବାସଭବନକୁ ଯାଇଥିଲେ। ଭାସ୍କର କହିଛନ୍ତି, “ଏ ସମ୍ପର୍କରେ ମୋ ପାଖରେ କିଛି ସୂଚନା ନାହିଁ। ମୁଁ ଭୁବନେଶ୍ୱରରେ ନାହିଁ, ପୁରୀରେ ଅଛି। ଯଦି ନୋଟିସ୍‌ ଆସିଥିବ ମୋ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସେ କଥା ବୁଝାଶୁଝା କରିବେ।” ଗତକାଲି […]

Bhaskar-Rao

Bhaskar-Rao

Rakesh Mallick
  • Published: Tuesday, 31 May 2016
  • Updated: 31 May 2016, 04:21 PM IST

Sports

Latest News

ଭୁବନେଶ୍ୱର: ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଭାସ୍କର ରାଓଙ୍କୁ ଆୟକର ବିଭାଗ ନୋଟିସ୍‌ ପଠାଇଛି। ୪୧ ଲକ୍ଷ ଟଙ୍କା ଆୟକର ଫାଙ୍କି ନେଇ ଏହି ନୋଟିସ୍ ପଠାଯାଇଛି। ଆଜି ଆୟକର ବିଭାଗର ଦୁଇ ଜଣ ଅଧିକାରୀ ଭାସ୍କରଙ୍କ ଭୁବନେଶ୍ୱର ସ୍ଥିତ ବାସଭବନକୁ ଯାଇଥିଲେ।

ଭାସ୍କର କହିଛନ୍ତି, “ଏ ସମ୍ପର୍କରେ ମୋ ପାଖରେ କିଛି ସୂଚନା ନାହିଁ। ମୁଁ ଭୁବନେଶ୍ୱରରେ ନାହିଁ, ପୁରୀରେ ଅଛି। ଯଦି ନୋଟିସ୍‌ ଆସିଥିବ ମୋ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସେ କଥା ବୁଝାଶୁଝା କରିବେ।”

ଗତକାଲି ବିଜେଡି ରାଜ୍ୟସଭା ପ୍ରାର୍ଥୀ ଭାବେ ଭାସ୍କର ନାମାଙ୍କନପତ୍ର ଦାଖଲ କରିଥିଲେ। ଏଥିରେ ସେ ତାଙ୍କର ସ୍ଥାବର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୩୬,୮୭,୪୭,୦୦୦ ଟଙ୍କା ବୋଲି ଦର୍ଶାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos