୮ରୁ ବନ୍ଦ ରହିବ ଭିତର କନିକା ଜାତୀୟ ଉଦ୍ୟାନ

କେନ୍ଦ୍ରପଡ଼ା: ପକ୍ଷୀ ଓ କୁମ୍ଭୀର ଗଣନା ପାଇଁ ଚଳିତ ମାସ ୮ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଭିତର କନିକା ଜାତୀୟ ଉଦ୍ୟାନ। ଏହି ସମୟରେ ଜାତୀୟ ଉଦ୍ୟାନ ଭିତରକୁ ପ୍ରବେଶ ପାଇଁ ପର୍ଯ୍ୟଟକଙ୍କୁ ଅନୁମତି ଦିଆଯିବ ନାହିଁ। ଭିତର କନିକାରେ ପକ୍ଷୀ ଓ କୁମ୍ଭୀର ଗଣନା ପାଇଁ ୧୭ଟି ଟିମ୍ ନିୟୋଜିତ ହେବେ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ରାଜନଗର, ଡାଙ୍ଗମାଳ, ଗହିରମଥା, ମହାକାଳପଡ଼ା ରେଞ୍ଜ ଅଧିନରେ କୁମ୍ଭୀର ଗଣନା […]

bhitarkanika

bhitarkanika

Rakesh Mallick
  • Published: Wednesday, 06 January 2016
  • Updated: 06 January 2016, 07:28 AM IST

Sports

Latest News

କେନ୍ଦ୍ରପଡ଼ା: ପକ୍ଷୀ ଓ କୁମ୍ଭୀର ଗଣନା ପାଇଁ ଚଳିତ ମାସ ୮ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଭିତର କନିକା ଜାତୀୟ ଉଦ୍ୟାନ। ଏହି ସମୟରେ ଜାତୀୟ ଉଦ୍ୟାନ ଭିତରକୁ ପ୍ରବେଶ ପାଇଁ ପର୍ଯ୍ୟଟକଙ୍କୁ ଅନୁମତି ଦିଆଯିବ ନାହିଁ। ଭିତର କନିକାରେ ପକ୍ଷୀ ଓ କୁମ୍ଭୀର ଗଣନା ପାଇଁ ୧୭ଟି ଟିମ୍ ନିୟୋଜିତ ହେବେ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ରାଜନଗର, ଡାଙ୍ଗମାଳ, ଗହିରମଥା, ମହାକାଳପଡ଼ା ରେଞ୍ଜ ଅଧିନରେ କୁମ୍ଭୀର ଗଣନା ହେବ। ସେହିପରି ମଠବାଡ଼ିଆ, କାଳିଭଞ୍ଜଡିଆ, ବଗଗହନ, ସାତଭାୟା ଓ ଗହିରମଥା ଆଦି ଅଞ୍ଚଳରେ ପକ୍ଷୀ ଗଣନା କରାଯିବ। ଏବର୍ଷ କୁମ୍ଭୀର ସଂଖ୍ୟାରେ ବୃଦ୍ଧି ଘଟିଥିବା ବନବିଭାଗ ଆଶା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos