ଆସନ୍ତାକାଲିଠୁ ଖୋଲିବ ଭିତରକନିକା ଅଭୟାରଣ୍ୟ

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲା ଅଧୀନ ଭିତରକନିକା ଅଭୟାରଣ୍ୟ ସବୁବେଳେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ।    ପର୍ଯ୍ୟଟନ ଋତୁରେ ଏଠାକୁ ବିଭିନ୍ନ ଆଡ଼ୁ ଲୋକଙ୍କ ସୁଅ ଛୁଟେ। ମୁଖ୍ୟତଃ ଏଠାରେ ଥିବା ବଉଳା କୁମ୍ଭୀର ପର୍ଯ୍ୟଟକଙ୍କ ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିଥାନ୍ତି। ବଉଳା କୁମ୍ଭୀର ପ୍ରଜନନ ପାଇଁ ଗତ ମେ’ ପହିଲାରୁ ଆଜି ଯାଏ ଅଭୟାରଣ୍ୟକୁ ବନ୍ଦ କରାଯାଇଥିଲା। ତେବେ ଏହି ପ୍ରକ୍ରିୟା ସରିବା ପରେ ସାଧାରଣ ପର୍ଯ୍ୟଟକଙ୍କ ପାଇଁ ଅଭୟାରଣ୍ୟ ଖୋଲାଯାଇଛି। ଚଳିତ ବର୍ଷ ଭିତରକନିକାରେ ପର୍ଯ୍ୟଟକଙ୍କ […]

kkk,,,,

kkk,,,,

Tapaswini Nayak
  • Published: Wednesday, 31 July 2019
  • Updated: 31 July 2019, 02:09 PM IST

Sports

Latest News

କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲା ଅଧୀନ ଭିତରକନିକା ଅଭୟାରଣ୍ୟ ସବୁବେଳେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ।    ପର୍ଯ୍ୟଟନ ଋତୁରେ ଏଠାକୁ ବିଭିନ୍ନ ଆଡ଼ୁ ଲୋକଙ୍କ ସୁଅ ଛୁଟେ। ମୁଖ୍ୟତଃ ଏଠାରେ ଥିବା ବଉଳା କୁମ୍ଭୀର ପର୍ଯ୍ୟଟକଙ୍କ ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିଥାନ୍ତି।

ବଉଳା କୁମ୍ଭୀର ପ୍ରଜନନ ପାଇଁ ଗତ ମେ’ ପହିଲାରୁ ଆଜି ଯାଏ ଅଭୟାରଣ୍ୟକୁ ବନ୍ଦ କରାଯାଇଥିଲା। ତେବେ ଏହି ପ୍ରକ୍ରିୟା ସରିବା ପରେ ସାଧାରଣ ପର୍ଯ୍ୟଟକଙ୍କ ପାଇଁ ଅଭୟାରଣ୍ୟ ଖୋଲାଯାଇଛି।

ଚଳିତ ବର୍ଷ ଭିତରକନିକାରେ ପର୍ଯ୍ୟଟକଙ୍କ ଭ୍ରମଣ ଲାଗି  ୨୩ଟି ଘରୋଇ ଓ ୫ଟି ସରକାରୀ ବୋଟରେ ବ୍ୟବସ୍ଥା କରାଯାଇଛି। ଗୁପ୍ତି, ଖୋଳା ଏବଂ ଚାନ୍ଦବାଲି ରାସ୍ତା ଦେଇ ପର୍ଯ୍ୟଟକ ଅଭୟାରଣ୍ୟରେ ପହଞ୍ଚି ପାରିବେ। ଏଥିସହିତ ସୁରକ୍ଷା ଦୃଷ୍ଟିରୁ ପର୍ଯ୍ୟଟକଙ୍କ ପାଇଁ ଫଟୋ ପରିଚୟ ପତ୍ର ଓ ଲାଇଫ୍ ଜ୍ୟାକେଟ୍‌ ବାଧ୍ୟତାମୂଳକ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos