ଆସନ୍ତାକାଲିଠୁ ବନ୍ଦ ରହିବ ଭିତରକନିକା

ପଟ୍ଟାମୁଣ୍ଡାଇ (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଅର୍ଥାତ୍ ମେ’ ୧ ତାରିଖ ଠାରୁ ବନ୍ଦ ରହିବ ଭିତରକନିକା ଅଭୟାରଣ୍ୟ। ଏହା ଜୁଲାଇ ୩୧ ତାରିଖ ଯାଏଁ ବନ୍ଦ ରହିବ। ଅଗଷ୍ଟ ୧ ତାରିଖରୁ ଏହା ପୁଣି ଖୋଲିବ। ଭିତରକନିକା ଅଭୟାରଣ୍ୟ ଡିଏଫ୍‌ଓ ଯଜ୍ଞଦତ୍ତ ପତି ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, କୁମ୍ଭୀର ପ୍ରଜନନ ପାଇଁ ଭିତରକନିକା ଅଭୟାରଣ୍ୟ ୩ ମାସ ବନ୍ଦ ରହିବ। ଏହି ସମୟ ମଧ୍ୟରେ ଅଭୟାରଣ୍ୟକୁ କୌଣସି ପର୍ଯ୍ୟଟକଙ୍କୁ ଛଡ଼ା ଯିବନାହିଁ।

ଏହି ସମୟରେ କୁମ୍ଭୀର ମାନେ ଭିତରକନିକା ସଂଲଗ୍ନ ନଦୀ ଓ ନାଳର ଉପର ମୁଣ୍ଡକୁ ଉଠିଯାଇଥା’ନ୍ତି। ସେଥିପାଇଁ ବନ ବିଭାଗ ଜନ ସଚେତନତା କରିବା ସହ ଡାଙ୍ଗମାଳ, ରାଜନଗର ଓ ମହାକାଳପଡ଼ାରେ ଊଦ୍ଧାରକାରୀ ଟିମ୍ ନିୟୋଜିତ କରିଛି।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।