ଭୁବନେଶ୍ୱର ବୁଲି ଦେଖିଲେ ଦିଲ୍ଲୀ ମେୟର

ଭୁବନେଶ୍ୱର: ଭୁବନେଶ୍ୱର ବୁଲି ଦେଖିଲେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ଉତ୍ତର ଦିଲ୍ଲୀ ମହାନଗର ନିଗମର ମେୟର ରବିନ୍ଦ୍ର ଗୁପ୍ତା। ଶୁକ୍ରବାର ବିଏମସି ମେୟର ଅନନ୍ତ ନାରାୟଣ ଜେନାଙ୍କ ସହିତ ଭୁବନେଶ୍ୱର ବୁଲି ସଫେଇ କାର୍ଯ୍ୟ, ବସ୍ତିବାସିନ୍ଦାଙ୍କ ଥଇଥାନ ସହିତ ଥିବା ବିଭିନ୍ନ ଯୋଜନା, ଏଲଇଡି ଲାଇଟ ଓ ଭେଣ୍ଡିଂ ଜୋନ୍ ବ୍ୟବସ୍ଥା ପ୍ରଭୃତି ଦେଖିଛନ୍ତି। ଏହା ସହିତ ବର୍ଜ୍ୟବସ୍ତୁରୁ ବିଦ୍ୟୁତ ଉତ୍ପାଦନ, ଅଧିକ ଏଲଇଡି ଲାଇଟ ବ୍ୟବହାର, ସ୍ୱାସ୍ଥ୍ୟ ସେବା ପ୍ରଭୃତି ଉପରେ ଗୁରୁତ୍ୱ […]

bhu

bhu

Rakesh Mallick
  • Published: Saturday, 05 December 2015
  • Updated: 05 December 2015, 03:00 AM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ବୁଲି ଦେଖିଲେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ଉତ୍ତର ଦିଲ୍ଲୀ ମହାନଗର ନିଗମର ମେୟର ରବିନ୍ଦ୍ର ଗୁପ୍ତା। ଶୁକ୍ରବାର ବିଏମସି ମେୟର ଅନନ୍ତ ନାରାୟଣ ଜେନାଙ୍କ ସହିତ ଭୁବନେଶ୍ୱର ବୁଲି ସଫେଇ କାର୍ଯ୍ୟ, ବସ୍ତିବାସିନ୍ଦାଙ୍କ ଥଇଥାନ ସହିତ ଥିବା ବିଭିନ୍ନ ଯୋଜନା, ଏଲଇଡି ଲାଇଟ ଓ ଭେଣ୍ଡିଂ ଜୋନ୍ ବ୍ୟବସ୍ଥା ପ୍ରଭୃତି ଦେଖିଛନ୍ତି। ଏହା ସହିତ ବର୍ଜ୍ୟବସ୍ତୁରୁ ବିଦ୍ୟୁତ ଉତ୍ପାଦନ, ଅଧିକ ଏଲଇଡି ଲାଇଟ ବ୍ୟବହାର, ସ୍ୱାସ୍ଥ୍ୟ ସେବା ପ୍ରଭୃତି ଉପରେ ଗୁରୁତ୍ୱ ଦେବାପାଇଁ ପ୍ରସ୍ତାବ ଦେଇଥିଲେ। ତେବେ ବିଏମସିର ଅଧିକ ଆୟ ବଢାଇବା ପାଇଁ ପ୍ରଥମ ପର୍ଯ୍ୟାୟରେ ବ୍ୟବସାୟିକ ସଂସ୍ଥା ମାନଙ୍କରୁ ପ୍ରପଟି ଟ୍ୟାକ୍ସ ଆଦାୟ କରିବା ପାଇଁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି। ଆଗାମୀ ଦିନରେ ଦିଲ୍ଲୀର କିଛି ଯୋଜନାକୁ ଭୁବନେଶ୍ୱରରେ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ବିଏମସି ମେୟର ଅନନ୍ତ ନାରାୟଣ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos