ଭୁବନେଶ୍ୱର ଇନ୍ଦ୍ରଧନୁ ମାର୍କେଟ ନିକଟ ବସ୍ତିରେ ଅଗ୍ନିକାଣ୍ଡ: ପୋଡ଼ିଗଲା ୩୫ରୁ ଊର୍ଦ୍ଧ୍ୱ ଘର

ଭୁବନେଶ୍ୱର: ଇନ୍ଦ୍ରଧନୁ ମାର୍କେଟ ନିକଟ ବସ୍ତିରେ ଅଗ୍ନିକାଣ୍ଡ ଘଟି ୩୫ରୁ ୪୦ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ୩ଟି ଦମକଳ ନିୟୋଜିତ ହୋଇଥିଲା। ନିଆଁ ଲିଭାଇବାକୁ ଦମକଳ ବାହିନୀକୁ ପ୍ରାୟ ୪୫ ମିନିଟ୍ ଲାଗି ଯାଇଥିଲା। ନିଆଁ ଲାଗିବାର କାରଣ ଜଣାପଡିନାହିଁ। ଚୁଲି ନିଆଁରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

ଏହି ବସ୍ତିରେ ରହୁଥିବା ଲୋକେ ଦିନ ମଜୁରିଆ ଭାବେ କାମ କରନ୍ତି। ଅଗ୍ନିକାଣ୍ଡ ସମୟରେ ସମସ୍ତେ କାମକୁ ଯାଉଥିଲେ। କ୍ଷତିଗ୍ରସ୍ତ ଲୋକଙ୍କ ସହାୟତା ଲାଗି ସମାସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ସ୍ଥାନୀୟ କର୍ପୋରେଟର କହିଛନ୍ତି।