ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୧୪ ଓ ୧୫ ତାରିଖ ଦୁଇଦିନ ଧରି ବନ୍ଦ ରହିବ ଭୁବନେଶ୍ୱର ଏମ୍ସର ବର୍ହି ବିଭାଗ ବା ଓପିଡି। ମହାବୀର ଜୟନ୍ତୀ ଓ ଗୁଡ୍ ଫ୍ରାଇଡେ୍ ପଡୁଥିବାରୁ ଏହି ଦୁଇଦିନ ଓପିଡି ସେବା ବନ୍ଦ ରହିବ। ଏନେଇ ଏମ୍ସ କର୍ତ୍ତୃପକ୍ଷଙ୍କପକ୍ଷରୁ ନୋଟିସ ଜାରି କରାଯାଇଛି।
ତେବେ ରୋଗୀଙ୍କ ଅତ୍ୟାବଶ୍ୟକତାକୁ ଦୃଷ୍ଟିରେ ରଖି ଏପ୍ରିଲ ୧୪ ଓ ୧୫ ତାରିଖରେ ଜରୁରୀକାଳୀନ ସେବା ପୂର୍ବ ଭଳି ଜାରି ରହିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।