ଏସିଆନ୍‌ ଆଥଲେଟିକ୍‌ସ: ୨୦୦ ମିଟର ଦୌଡ଼ରେ ନିରାଶ କଲେ ଓଡ଼ିଆ ଖେଳାଳି

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏସିଆନ୍‌ ଆଥ୍‌ଲେଟିକ୍‌ ଚାମ୍ପିଅନ୍‌ସିପର ଶେଷ ଦିନରେ ଓଡ଼ିଆ ଖେଳାଳି ଦର୍ଶକଙ୍କୁ ନିରାଶ କରିଛନ୍ତି। ୨୦୦ ମିଟର ଦୌଡ଼ରେ ଦୂତି ଚାନ୍ଦ, ଶ୍ରାବଣୀ ନନ୍ଦ ଓ ଅମୀୟ ମଲ୍ଲିକ ପଦକ ପାଇବାରୁ ବଞ୍ଚିତ ହୋଇଛନ୍ତି। ୨୦୦ ମିଟର ରେସ୍‌ରେ ଦୂତି ୪ର୍ଥ ଓ ଶ୍ରାବଣୀ ୫ମ ସ୍ଥାନରେ ରହିଛନ୍ତି। ସେହିପରି ୨୦୦ ମିଟର ପୁରୁଷ ବିଭାଗରେ ଅମିୟ ସପ୍ତମ ସ୍ଥାନରେ ରହିଛନ୍ତି। ସେ ୨୧.୩ ସେକେଣ୍ଡରେ ଅତିକ୍ରମ କରିଥିଲେ।

ପୂର୍ବରୁ ୪ x ୧୦୦ ଦୂତି ଓ ଶ୍ରାବଣୀ ବ୍ରୋଞ୍ଜ ପଦକ ପାଇଥିବା ବେଳେ ୧୦୦ ମିଟର ଦୌଡ଼ରେ କେବଳ ଦୂତି ପଦକ ପାଇଥିଲେ।