ଭୁବନେଶ୍ୱରରୁ ଭଦ୍ରକ ଚାଲିବ ମେମୁ ଟ୍ରେନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଓ ଭଦ୍ରକ ମଧ୍ୟରେ ଆସନ୍ତା ଏପ୍ରିଲ ୭ତାରିଖରୁ ମେମୁ ଟ୍ରେନ ଚଳାଚଳ କରିବା ପାଇଁ ପୂର୍ବତଟ ରେଳବାଇ ନିଷ୍ପତ୍ତି ନେଇଛି।

ଏହି ଟ୍ରେନ ମେମୁ ଏପ୍ରିଲ ୭ରେ ଭୁବନେଶ୍ୱରରୁ ସନ୍ଧ୍ୟା ୫ଟା ୫୫ମିନିଟରେ ଛାଡ଼ି ଭଦ୍ରକରେ ରାତି ୯ଟା ୧୫ମିନିଟରେ ପହଂଚିବ। ସେହିପରି ଭଦ୍ରକରୁ ଏପ୍ରିଲ ୮ ତାରିଖ ସକାଳ ୬ଟା ୧୫ମିନିଟରେ ଛାଡ଼ି ଭୁବନେଶ୍ୱରରେ ସକାଳ ୯ଟା ୫୦ମିନିଟରେ ପହଂଚିବ। ଏହି ଟ୍ରେନ ବାଣୀବିହାର, ମଂଚେଶ୍ୱର, ପଟିଆ, ଭୁବନେଶ୍ୱର ନ୍ୟୁ, ବାରଙ୍ଗ, ଗୋପାଳପୁର ବାଲିକୁଦା, କାଠଯୋଡ଼ି, କଟକ, କେନ୍ଦ୍ରାପଡ଼ା ରୋଡ୍‌, ମଙ୍ଗୁଳି ଚୌଦ୍ୱାର, ନିର୍ଗୁଣ୍ଡି, କପିଳାସ ରୋଡ୍‌, ଝାଡ଼େଶ୍ୱର, ବୈରୀ, ଧାନମଣ୍ଡଳ, ହରିଦାସପୁର, ନୂଆ ଗଡ଼ ମଧୁପୁର, ଜେନାପୁର, ବ୍ରାହ୍ମଣୀ, ଜଖପୁର, କେନ୍ଦୁଝର ରୋଡ, ବୈତରଣୀ ରୋଡ, ମଞ୍ଜୁରୀ ରୋଡ, କେନ୍ଦୁଆପଡ଼ା, କପିଳା ରୋଡ୍ ଓ ବୌଦପୁରରେ ରହଣୀ କରିବ।

ସୂଚନାଯୋଗ୍ୟ, ଗତକାଲି ପୂର୍ବତଟ ରେଳବାଇ ଦ୍ୱାରା ଭୁବନେଶ୍ୱର ଓ କେନ୍ଦୁଝରଗଡ଼, ପୁରୀ ଓ ଅନୁଗୁଳ ମଧ୍ୟରେ ମେମୁ ଟ୍ରେନ ଚଳାଚଳ ପାଇଁ ଘୋଷଣା କରାଯାଇଥିଲା। ଏହାସହ ହାତିଆ ଓ ପୁରୀ, ସମ୍ବଲପୁର ଓ ପୁରୀ, ପାରାଦୀପ ଓ ପୁରୀ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ନିମନ୍ତେ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷ ଘୋଷଣା କରିଥିଲେ

ସେହିପରି ଭୁବନେଶ୍ୱର-କୋରାପୁଟ-ଭୁବନେଶ୍ୱର ଭାୟା ସମ୍ବଲପୁର ଟ୍ରେନ ଚଳାଚଳକୁ ଏପ୍ରିଲ ୧୯ତାରିଖରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ କରିବା ପାଇଁ ପୂର୍ବତଟ ରେଳବାଇ ନିଷ୍ପତ୍ତି ନେଇଛି। ଭୁବନେଶ୍ୱର ଓ କୋରାପୁଟରୁ ଯାତାୟତ କରୁଥିବା ଉଭୟ ପାଶ୍ୱର୍ର ଏହି ଟ୍ରେନ ଚଳାଚଳ ବନ୍ଦ ରହିବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।