ଆସନ୍ତାକାଲି ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ

ଭୁବନେଶ୍ୱର: ଆସନ୍ତକାଲି ବିଜୁ ପଟ୍ଟନାୟକଙ୍କ ୧୦୧ ତମ ଜନ୍ମ ଶତବାର୍ଷିକୀ ପାଳନ କରୁଛନ୍ତି ଓଡ଼ିଶାବାସୀ। ତାଙ୍କ ନାଁରେ  ହୋଇଥିବା ବିଜୁ ଜନତା ଦଳ(ବିଜେଡି) ମଧ୍ୟ ଜନ୍ମ ଦିବସକୁ ପାଳନ କରିବା ପାଇଁ ବ୍ୟାପକ ଆୟୋଜନ କରିଛି। ତେବେ ରାଜ୍ୟ ପାଇଁ ବିଜୁ ପଟ୍ଟନାୟକ ଦେଖିଥିବା ସ୍ୱପ୍ନକୁ ବିଜେଡି କେତେ ସାକାର କରିଛି, ତାକୁ  ନେଇ ବିଭିନ୍ନ ସମୟରେ  ଆଲୋଚନା ହୋଇଥାଏ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ହେଉଛନ୍ତି ଝଡ଼ର ଇଗଲ। ରାଜ୍ୟର ବିକାଶରେ ତାଙ୍କର ଅନେକ ଅବଦାନ ରହିଛି। […]

Biju-Patnaik

Biju-Patnaik

Rakesh Mallick
  • Published: Saturday, 04 March 2017
  • Updated: 05 March 2017, 07:35 AM IST

Sports

Latest News

ଭୁବନେଶ୍ୱର: ଆସନ୍ତକାଲି ବିଜୁ ପଟ୍ଟନାୟକଙ୍କ ୧୦୧ ତମ ଜନ୍ମ ଶତବାର୍ଷିକୀ ପାଳନ କରୁଛନ୍ତି ଓଡ଼ିଶାବାସୀ। ତାଙ୍କ ନାଁରେ  ହୋଇଥିବା ବିଜୁ ଜନତା ଦଳ(ବିଜେଡି) ମଧ୍ୟ ଜନ୍ମ ଦିବସକୁ ପାଳନ କରିବା ପାଇଁ ବ୍ୟାପକ ଆୟୋଜନ କରିଛି। ତେବେ ରାଜ୍ୟ ପାଇଁ ବିଜୁ ପଟ୍ଟନାୟକ ଦେଖିଥିବା ସ୍ୱପ୍ନକୁ ବିଜେଡି କେତେ ସାକାର କରିଛି, ତାକୁ  ନେଇ ବିଭିନ୍ନ ସମୟରେ  ଆଲୋଚନା ହୋଇଥାଏ।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ହେଉଛନ୍ତି ଝଡ଼ର ଇଗଲ। ରାଜ୍ୟର ବିକାଶରେ ତାଙ୍କର ଅନେକ ଅବଦାନ ରହିଛି। ୧୯୯୭ ମସିହାରେ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ତାଙ୍କ ନାଁରେ ଗଠିତ ହୋଇଥିଲା ବିଜେଡି।

ପ୍ରତିବର୍ଷ ମାର୍ଚ୍ଚ ୫ ତାରିଖରେ ବିଜୁ ଜନ୍ମଦିବସକୁ ସରକାର ପାଳନ କରୁଛନ୍ତି ପଞ୍ଚାୟତିରାଜ ଦିବସ ଭାବେ। ତେବେ ଓଡ଼ିଶା ପାଇଁ ବିଜୁ ପଟ୍ଟନାୟକ ଦେଖିଥିବା ସ୍ୱପ୍ନ ସାକାର ହୋଇଛି କି ନା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଜୁ ପକ୍କା ଘର ଯୋଜନା, ବିଜୁ ଗ୍ରାମ ଜ୍ୟୋତି ଯୋଜନା, ବିଜୁ ଏକ୍ସପ୍ରେସ ହାଇୱେ ଏମିତି ଅନେକ ଯୋଜନା କରିଛନ୍ତି ସରକାର। ଏସବୁ ଯୋଜନା ସହ ବିଜୁଙ୍କ ଆହ୍ୱାନକୁ ଆଜି ମଧ୍ୟ ନିର୍ବାଚନ ମୈଦାନରେ ପ୍ରସଙ୍ଗ କରୁଛି ବିଜେଡି। ବିଜୁ ଗୁରୁତ୍ୱ ଦେଉଥିବା ଗ୍ରାମ ବିକାଶ, ଶିଳ୍ପ, ମହିଳା ସଶକ୍ତିକରଣ ଓ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଆଗକୁ ବଢ଼ାଇଛନ୍ତି ନବୀନ ନଟ୍ଟନାୟକ।

ବିଜେଡି ଉପସଭାପତି ଦାମୋଦର ରାଉତ କହିଛନ୍ତି,“ବିଜୁ ବାବୁ ତାଙ୍କ ଜୀବନରେ କେବେ ସ୍ୱପ୍ନ ଦେଖିନଥିଲେ। ସେ ଯାହା ଚାହୁଥିଲେ ତାହା କରୁଥିଲେ। ତାଙ୍କୁ ଯେଉଁମାନେ ଜାଣିନାହାନ୍ତି ସେମାନେ ତାଙ୍କ ସ୍ୱପ୍ନକୁ କିପରି ବର୍ଣ୍ଣନା କରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos