ଭୁବନେଶ୍ୱର ବିମାନବନ୍ଦରରୁ ଦିଲ୍ଲୀ ଗଲା ଭିସ୍ତାରା ବିମାନ

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରୁ ଏୟାର ଭିସ୍ତାରା ପକ୍ଷରୁ ବିମାନ ସେବା ଆରମ୍ଭ ହୋଇଛି। ସନ୍ଧ୍ୟା ପ୍ରାୟ ୭ଟା ୧୫ ମିନିଟରେ ବିମାନଟି ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଛି। ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ଏୟାର ଭିସ୍ତାରାର ବିମାନ ନୂଆଦିଲ୍ଲୀରୁ ଭୁବନେଶ୍ୱର ଆସିବ ଓ ଏଠାରୁ ପୁଣି ନୂଆଦିଲ୍ଲୀ ଯାତ୍ରା କରିବ । ଟାଟା ଓ ସିଙ୍ଗ।ପୁର ଏୟାରଲାଇନ୍ସର ମିଳିତ ଉଦ୍ୟମରେ ଏୟାର ଭିସ୍ତାରା ବିମାନ ସେବା ଯୋଗାଇ ଦେଉଛି। ଏୟାର ଇଣ୍ଡିଆ, ଇଣ୍ଡିଗୋ ଓ ଗୋ’ ଏୟାର ପରେ ଏୟାର ଭିସ୍ତାରା ଭୁବନେଶ୍ୱରରୁ ବିମାନ ଚଳାଚଳ ଆରମ୍ଭ କରିଛି।