ଭୁବନେଶ୍ୱର: ବାରହାକୁ କାବୁ କଲା ବନବିଭାଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ବରମୁଣ୍ଡା ସ୍ଥିତ ସେନ୍‌ସସ କଲୋନୀରେ ୮ ଘଣ୍ଟା ପରେ ବାରହାକୁ  ବନବିଭାଗ କାବୁ  କରିଛି। ସେନ୍‌ସସ କଲୋନୀରେ ଜଣେ ବ୍ୟକ୍ତିଙ୍କ ବାଡ଼ିରେ ଏହି ବଣୁଆ ବାର୍‌ହା ପଶିଯାଇଥିଲା।

ସୂଚନା ଅନୁଯାୟୀ ଗତକାଲି ରାତିରେ ଭରତପୁର ଅଞ୍ଚଳରୁ ପ୍ରାୟ ୧୨ଟି ବାର୍‌ହା ଓୟୁଏଟି ଅଭିମୁଖେ ଆସିଥିଲେ। କୁକୁର ଗୋଡ଼ାଇବାରୁ ଗୋଟିଏ ବାର୍‌ହା ଯାଇପାରି ନ ଥିଲା।