ଡିଜିପିଙ୍କୁ ଭେଟିଲେ ସିବିଆଇ ଏସ୍‌ପି

ଭୁବନେଶ୍ୱର: ସିସୋର ଚିଟ୍‌ଫଣ୍ଡ୍ ଠକେଇ ମାମଲାରେ ଗତକାଲି ବିଜେଡି ସାଂସଦ ରବୀନ୍ଦ୍ର ଜେନା, ବିଧାୟକ ପ୍ରଭାତ ବିଶ୍ୱାଳ ଓ ନବୀନ ନିବାସର ପୂର୍ବତନ କର୍ମଚାରୀ ସରୋଜ ସାହୁଙ୍କ ଘର ସମେତ ୨୫ଟି ସ୍ଥାନରେ ସିବିଆଇ ପକ୍ଷରୁ ଚଢ଼ାଉ କରାଯାଇଥିବା ବେଳେ ଆଜି ପୋଲିସ୍ ଡିଜି କେ.ବି ସିଂହଙ୍କୁ ଭୁବନେଶ୍ୱର ସ୍ଥିତ ତାଙ୍କ କ୍ୟାମ୍ପ୍‌ ଅଫିସ୍‌ରେ ଭେଟିଥିଲେ ସିବିଆଇ ଏସ୍‌ପି ରାଜୀବ ରଞ୍ଜନ ସିଂ। ପ୍ରାୟ ଅଧାଘଣ୍ଟା ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏହି ସାକ୍ଷାତକାରକୁ ନେଇ […]

cbisp1

cbisp1

Rakesh Mallick
  • Published: Friday, 13 January 2017
  • Updated: 13 January 2017, 01:09 PM IST

Sports

Latest News

ଭୁବନେଶ୍ୱର: ସିସୋର ଚିଟ୍‌ଫଣ୍ଡ୍ ଠକେଇ ମାମଲାରେ ଗତକାଲି ବିଜେଡି ସାଂସଦ ରବୀନ୍ଦ୍ର ଜେନା, ବିଧାୟକ ପ୍ରଭାତ ବିଶ୍ୱାଳ ଓ ନବୀନ ନିବାସର ପୂର୍ବତନ କର୍ମଚାରୀ ସରୋଜ ସାହୁଙ୍କ ଘର ସମେତ ୨୫ଟି ସ୍ଥାନରେ ସିବିଆଇ ପକ୍ଷରୁ ଚଢ଼ାଉ କରାଯାଇଥିବା ବେଳେ ଆଜି ପୋଲିସ୍ ଡିଜି କେ.ବି ସିଂହଙ୍କୁ ଭୁବନେଶ୍ୱର ସ୍ଥିତ ତାଙ୍କ କ୍ୟାମ୍ପ୍‌ ଅଫିସ୍‌ରେ ଭେଟିଥିଲେ ସିବିଆଇ ଏସ୍‌ପି ରାଜୀବ ରଞ୍ଜନ ସିଂ। ପ୍ରାୟ ଅଧାଘଣ୍ଟା ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏହି ସାକ୍ଷାତକାରକୁ ନେଇ ବହୁ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା ବେଳେ ସିବିଆଇ ଏସ୍‌ପି କହିଥିଲେ,“ଏହା ନୂଆବର୍ଷ ପରବର୍ତ୍ତୀ ସୌଜନ୍ୟମୂଳକ ସାକ୍ଷାତକାର ଥିଲା।”

ସେ କହିଥିଲେ,“ଅଫିସ୍‌ ଆଗରେ କେହି ବିକ୍ଷୋଭ କଲେ ତଦନ୍ତରେ ବାଧା ଆସିବ ନାହିଁ। ଆମେ କେତେବେଳେ କ’ଣ ପଦକ୍ଷେପ ନେବୁ ସେନେଇ ଆଗରୁ ଅବଗତ କରିବୁ ନାହିଁ।”

ଗତକାଲି ବିଜେଡି ନେତାଙ୍କ ଘରେ ଚଢ଼ାଉ ପରେ ଭୁବନେଶ୍ୱର ସ୍ଥିତ ସିବିଆଇ ଅଫିସ୍‌ ସମ୍ମୁଖରେ ଦଳର ଯୁବ ଓ ଛାତ୍ର ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସେମାନେ ସିବିଆଇ ଅଫିସ୍‌ ଭିତରକୁ ଧଶେଇ ପଶିବାକୁ ଉଦ୍ୟମ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos