ନନ୍ଦନକାନନରେ ଲାଗିବ ସିସିଟିଭି

ଭୁବନେଶ୍ୱର: ଦର୍ଶକଙ୍କ ଉପରେ ନଜର ରଖିବା ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିସରରେ ସିସିଟିଭି ଲଗାଯିବ। ୯୧ ଲକ୍ଷ ଟଙ୍କା ବ୍ୟୟରେ ଏଠାରେ ସିସିଟିଭି ଲଗାଯିବ ବୋଲି ନନ୍ଦନକାନନ ଉପ-ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ପ୍ରଥମ ପର୍ଯ୍ୟାୟରେ ୪୬ଟି ସିସିଟିଭି ଲାଗିବ। ଏଥିପାଇଁ ଡିସେମ୍ବର ୭ ତାରିଖରୁ କାମ ଆରମ୍ଭ ହେବ ଓ ୨୦ ତାରିଖ ସୁଦ୍ଧା ଶେଷ କରାଯିବ।”