ଗ୍ୟାଙ୍ଗଷ୍ଟର ହାଇଦରର ଦୁଇ ପୁଅ ଗିରଫ

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ହାଇଦରଙ୍କ ଦୁଇ ପୁଅ କମିଶନରେଟ୍‌ ପୋଲିସ୍‌ର ସ୍ପେଶାଲ ସ୍କ୍ୱାଡ ହାତରେ ଧରା ପଡ଼ିଛନ୍ତି। ସେମାନେ ହେଲେ ଶେଖ ଆଜାରୁଦ୍ଦିନ ଓ ଚୁନି। ଉଭୟ ଚନ୍ଦକା ଅଞ୍ଚଳରେ ବୁଲୁଥିବା ବେଳେ ସ୍ପେଶାଲ ସ୍କ୍ୱାଡ ସେମାନଙ୍କୁ ଗିରଫ କରିଥିଲା।

କେନ୍ଦ୍ରାପଡ଼ା ଅଞ୍ଚଳରେ ଏକାଧିକ ବୋମାମାଡ଼ ଘଟଣାରେ ଏମାନେ ସମ୍ପୃକ୍ତ ଅଛନ୍ତି। କମିଶନରେଟ୍‌ ଅଞ୍ଚଳରେ ଏମାନେ କଣ କରୁଥିଲେ ସେନେଇ ପୋଲିସ ଖୋଲତାଡ ଆରମ୍ଭ କରିଛି।

କେନ୍ଦ୍ରାପଡ଼ା ପୋଲିସକୁ ଦୁଇ ଅଭିଯୁକ୍ତଙ୍କୁ ହସ୍ତାନ୍ତର କରାଯିବ ବୋଲି ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି।