ମାଟ୍ରିକ ପାସ୍‌ ଡଙ୍ଗରିଆ କନ୍ଧ ଛାତ୍ରଛାତ୍ରୀ ସମ୍ୱର୍ଦ୍ଧିତ

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷାରେ ସଫଳ ହୋଇଥିବା ରାୟଗଡ଼ା ଜିଲ୍ଲାର ୩୪ ଜଣ ଡଙ୍ଗରିଆ କନ୍ଧ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ୱର୍ଦ୍ଧିତ କରିଛନ୍ତି। ଆଜି ସଚିବାଳୟରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ସମସ୍ତ ଛାତ୍ରଛାତ୍ରୀଙ୍କୁ ଟାବଲେଟ୍‌ ପ୍ରଦାନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ପାଠପଢ଼ା ଜାରି ରଖିବା ସହିତ ନିଜ ପରିବାର ଓ ଗାଁର ସବୁ ପିଲା ଯେପରି ପାଠ ପଢ଼ିବେ ସେଥିପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ସେ କହିଥିଲେ,“ଦାରିଦ୍ର୍ୟ ଦୂରୀକରଣ ଓ ବିକାଶ […]

cm-Dongaria-720x430

cm-Dongaria-720x430

Rakesh Mallick
  • Published: Wednesday, 17 May 2017
  • Updated: 17 May 2017, 09:41 PM IST

Sports

Latest News

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷାରେ ସଫଳ ହୋଇଥିବା ରାୟଗଡ଼ା ଜିଲ୍ଲାର ୩୪ ଜଣ ଡଙ୍ଗରିଆ କନ୍ଧ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ୱର୍ଦ୍ଧିତ କରିଛନ୍ତି। ଆଜି ସଚିବାଳୟରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ସମସ୍ତ ଛାତ୍ରଛାତ୍ରୀଙ୍କୁ ଟାବଲେଟ୍‌ ପ୍ରଦାନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ପାଠପଢ଼ା ଜାରି ରଖିବା ସହିତ ନିଜ ପରିବାର ଓ ଗାଁର ସବୁ ପିଲା ଯେପରି ପାଠ ପଢ଼ିବେ ସେଥିପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ।

ସେ କହିଥିଲେ,“ଦାରିଦ୍ର୍ୟ ଦୂରୀକରଣ ଓ ବିକାଶ ଲକ୍ଷ୍ୟ ହାସଲ ପାଇଁ ଶିକ୍ଷା ହେଉଛି ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର। ସାମାଜିକ ସମତା ଆଣିବାରେ ଶିକ୍ଷାର ପମୁଖ ଭୂମିକା ରହିଛି। ଏହି ପିଲାମାନେ ଭବିଷ୍ୟତରେ ଅଧିକ ସଫଳତା ହାସଲ କରି ନିଜ ଗାଁ ଓ ରାଜ୍ୟର ଗୌରବ ବୃଦ୍ଧି କରନ୍ତୁ।”

ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗ ମନ୍ତ୍ରୀ ରମେଶ ମାଝି, ଉନ୍ନୟନ କମିଶନର ଆର. ବାଲକ୍ରିଷ୍ଣନ୍‌, ବିଭାଗୀୟ ସ୍ୱତନ୍ତ୍ର ସଚିବ ରଘୁପ୍ରସାନ, ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ପ୍ରତିଷ୍ଠାନର ନିର୍ଦ୍ଦେଶକ ଅଖିଳ ବିହାରୀ ଓତା ପ୍ରମୁଖ ଯୋଗ ଦେଇଥିଲେ।

୨୦୧୭  ମାଟ୍ରିକ ପରୀକ୍ଷାରେ ରାୟଗଡ଼ା ଜିଲ୍ଲାର ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ୩୪ ଜଣ ଛାତ୍ରଛାତ୍ରୀ ସଫଳ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୫ ଜଣ ଛାତ୍ରୀ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos