ଭୁବନେଶ୍ୱର: ବ୍ୟାରିକେଡ ଭାଙ୍ଗିବାକୁ ଉଦ୍ୟମ ବେଳେ ପୋଲିସ- ଗଣଶିକ୍ଷକ ଧସ୍ତାଧସ୍ତି

ଭୁବନେଶ୍ୱର: ସ୍ଥାୟୀ ନିଯୁକ୍ତି ଦାବିରେ ଗଣ ଶିକ୍ଷକମାନେ ଆଜି ପିଏମଜିରେ ବିଶାଳ ରାଲି କରିଛନ୍ତି। ତେବେ ବ୍ୟାରିକେଡ ଭାଙ୍ଗିବାକୁ ଉଦ୍ୟମ କରିବା ବେଳେ ପୋଲିସ ସହ ସେମାନଙ୍କ ଧସ୍ତାଧସ୍ତି ହୋଇଥିଲା। ଗଣଶିକ୍ଷମାନେ ଦୀର୍ଘଦିନ ଧରି ଭୁବନେଶ୍ୱରର ଲୋୟର ପିଏମଜିରେ ଧାରଣାରେ ବସିଥିଲେ। ସରକାର ସେମାନଙ୍କ ଦାବି ପୂରଣ କରିବା ଦିଗରେ ପଦକ୍ଷେପ ନେଉ ନ ଥିବା ସଂଘ ଅଭିଯୋଗ କରିଛି।

ସ୍ଥାୟୀ ନିଯୁକ୍ତି ଦାବିରେ ଗଣଶିକ୍ଷକ ସଂଘ ଡିସେମ୍ୱର ୨୨ରୁ ଲୋୟର ପିଏମଜିରେ ଧାରଣାରେ ବସିଛି। ସମସ୍ୟା ସମାଧାନ ପାଇଁ ଗଠିତ ମନ୍ତ୍ରି ସ୍ତରୀୟ ସବ କମିଟି ନିଷ୍ପତ୍ତି ନେବାରେ କାହିଁକି ବିଳମ୍ୱ କରୁଛନ୍ତି ବୋଲି ସଂଘ ପ୍ରଶ୍ନ କରିଛି। ରାଜ୍ୟର ୨୨ହଜାର ଗଣଶିକ୍ଷକ ବିକ୍ଷୋଭକୁ ସମର୍ଥନ ଜଣାଇଛନ୍ତି। ଦାବିପୂରଣ ନ ହେଲେ ଆସନ୍ତାକାଲି ନବୀନ ନିବାସ ଘେରାଉ କରାଯିବ ବୋଲି ସଂଘ ଚେତାବନୀ ଦେଇଛି।

ଆହୁରି ପଢ଼ନ୍ତୁ

କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ୍‌ଙ୍କୁ କରୋନା

ଖୋଲିବ ଆଉ ୬୫ଟି ନୂଆ ଜେଏମଏଫସି କୋର୍ଟ, ଅନୁମତି ଦେଲେ ହାଇକୋର୍ଟ

ସର୍ବସାଧାରଣ ସ୍ଥାନରେ ହୋଇପାରିବନି ଗଣେଶ ପୂଜା

ୱିଙ୍ଗ କମାଣ୍ଡର ନିଖିଲ ରଥଙ୍କୁ ଶୁଭେଚ୍ଛା

କରୋନା ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନକୁ କଣ ପରାମର୍ଶ ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ

ଆରୋଗ୍ୟ ହେଲେ ୧୫୪୪ କରୋନା ଆକ୍ରାନ୍ତ

ସରକାରଙ୍କୁ ସବୁ ବାଧୁଛି, ତା’ହେଲେ କହିବ କିଏ?

ପ୍ରଶାସନିକ ସେବା କ୍ଷେତ୍ରରେ କଣ୍ଟାବାଞ୍ଜିର ନୂଆ ଅଧ୍ୟାୟ

ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ! ଡାକ୍ତରଙ୍କୁ ପିଟିଲେ ଉତ୍ତ୍ୟକ୍ତ ଲୋକେ

ବିଜେପି ସାଂସଦ ସୁରେଶ ପୂଜାରୀ କରୋନାରେ ଆକ୍ରାନ୍ତ

ଭୁବନେଶ୍ୱରରୁ ୧୯୦ କରୋନା ଆକ୍ରାନ୍ତ ଚିହ୍ନଟ, ୫୨ ଲୋକାଲ୍‌ କେସ୍‌

ଟେନ୍‌ସନ୍‌ ବଢ଼ାଇଲା ବେହେରା ସାହି, ପୁଣି ୪୬ କରୋନା ଆକ୍ରାନ୍ତ ଚିହ୍ନଟ