ମାତିଲେ ମହିଳା: ଭୁବନେଶ୍ୱରରେ ଭାଙ୍ଗିଲେ, ଗଞ୍ଜାମରେ ରାସ୍ତାରେ ବସିଲେ

ଭୁବନେଶ୍ୱର: “ମଦ ହଟାଅ ପରିବାର ବଞ୍ଚାଅ। ମଦକୁ ନେଇ କରିଲେ ଘର, ପିଲାଙ୍କ ଭବିଷ୍ୟତ ହେବ ଅନ୍ଧାର।” ଏପରି ନାରା ଦେଇ ଆଜି ଭୁବନେଶ୍ୱର ଭରତପୁର ମହିଳା ମହାସଂଘର କର୍ମକର୍ତ୍ତାମାନେ ବିରାଟ୍‌ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ। ଏଥିରେ ଭରତପୁର ଗାଁର ସମସ୍ତ ମହିଳା ଓ ପୁରୁଷ ସାମିଲ ହୋଇଥିଲେ। ଉତ୍ତ୍ୟକ୍ତ ଲୋକେ ହାତରେ ଠେଙ୍ଗା ବାଡ଼ି ଧରି ଚୋରା ମଦ ବିକ୍ରି ହେଉଥିବା ଏକ କ୍ୟାବିନକୁ ଭାଙ୍ଗି ଥିଲେ। ଏପରିକି ମଦ ବୋତଲକୁ ରାସ୍ତାରେ କଚାଡି […]

bhubaneswar women protest

bhubaneswar women protest

Rakesh Mallick
  • Published: Sunday, 02 July 2017
  • Updated: 02 July 2017, 04:55 PM IST

Sports

Latest News

ଭୁବନେଶ୍ୱର: “ମଦ ହଟାଅ ପରିବାର ବଞ୍ଚାଅ। ମଦକୁ ନେଇ କରିଲେ ଘର, ପିଲାଙ୍କ ଭବିଷ୍ୟତ ହେବ ଅନ୍ଧାର।” ଏପରି ନାରା ଦେଇ ଆଜି ଭୁବନେଶ୍ୱର ଭରତପୁର ମହିଳା ମହାସଂଘର କର୍ମକର୍ତ୍ତାମାନେ ବିରାଟ୍‌ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ। ଏଥିରେ ଭରତପୁର ଗାଁର ସମସ୍ତ ମହିଳା ଓ ପୁରୁଷ ସାମିଲ ହୋଇଥିଲେ। ଉତ୍ତ୍ୟକ୍ତ ଲୋକେ ହାତରେ ଠେଙ୍ଗା ବାଡ଼ି ଧରି ଚୋରା ମଦ ବିକ୍ରି ହେଉଥିବା ଏକ କ୍ୟାବିନକୁ ଭାଙ୍ଗି ଥିଲେ। ଏପରିକି ମଦ ବୋତଲକୁ ରାସ୍ତାରେ କଚାଡି ଭାଙ୍ଗିଥିଲେ। ପୁନର୍ବାର ମଦ ଦୋକାନ ଖୋଲିଲେ ଆନ୍ଦୋଳନ ହେବ ବୋଲି ଆନ୍ଦୋଳନକାରୀ ଚେତବନୀ ଦେଇଛନ୍ତି।

ସେହିପରି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ପ୍ରତାପପୁର ସ୍କୁଲ ଓ ମନ୍ଦିର ପାଖରେ ମଦ ଦୋକାନ ଖୋଲା ଯାଇଛି। ଏହାକୁ ବିରୋଧ କରି ଆଜି ଶତାଧିକ ମହିଳା ରାସ୍ତାରୋକ କରିଥିଲେ। ଯାହାଦ୍ୱାରା ପୁରୁଷୋତ୍ତମପୁର-ହୁମା ମୁଖ୍ୟ ରାସ୍ତାରେ ଗାଡି ଚଳାଚଳ ଏକ ପ୍ରକାର ଠପ୍‌ ହୋଇଯାଇଥିଲା। ଖବରପାଇ ତହସିଲଦାର, ଆଇଆଇସି, ଅବକାରୀ ଇନ୍ସପେକ୍ଟର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ମହିଳାଙ୍କୁ ବୁଝାଶୁଝା କରିଥିଲେ। ମଦ ଦୋକାନ ବନ୍ଦ ନହେବା ପର୍ଯ୍ୟନ୍ତ ଆନ୍ଦୋଳନକାରୀ ଚାଲିବ ବୋଲି ମହିଳାମାନେ ଜିଦ୍‌ ଧରିଥିଲେ। ପରେ ପ୍ରଶାସନ ସେମାନଙ୍କ ଜିଦ୍‌ ଆଗରେ ମୁଣ୍ଡ ନୁଆଁଇଥିଲା। ମଦ ଦୋକାନ ସିଲ୍ ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos