ଭୁବନେଶ୍ୱର: ଘରୁ ପୋତା ଶବ ଉଦ୍ଧାର, ପତ୍ନୀଙ୍କ ନାଁରେ ହତ୍ୟା ଅଭିଯୋଗ

ଭୁବନେଶ୍ୱର: ମଞ୍ଚେଶ୍ୱରର ଧିରିକୁଟ ସାହିରୁ ଘର ଭିତରେ ପୋତା ଯାଇଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତକ ଜଣଙ୍କ ହେଲେ ଶ୍ୟାମସୁନ୍ଦର ଦାସ। ତାଙ୍କ ଘର କେନ୍ଦୁଝର ଜିଲ୍ଲା ନନ୍ଦିପଦା ଅଞ୍ଚଳର ସୋଲାନ ଗାଁରେ। ଶ୍ୟାମଙ୍କୁ ତାଙ୍କ ପତ୍ନୀ ଦୀପାଞ୍ଜଳି ଦାସ ହତ୍ୟା କରିବା ପରେ ଘରେ ପୋତି ଦେଇଥିବା ଅଭିଯୋଗ ହୋଇଛି। ଏ ନେଇ ଅଭିଯୋଗ ହେବା ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ଘରର ତାଲା ଭାଙ୍ଗି ଶବ ଉଦ୍ଧାର କରି ବ୍ୟବଚ୍ଛେଦ […]

bbsr-hatya

bbsr-hatya

Rakesh Mallick
  • Published: Saturday, 09 July 2016
  • Updated: 09 July 2016, 06:49 PM IST

Sports

Latest News

bbsr-hatyaଭୁବନେଶ୍ୱର: ମଞ୍ଚେଶ୍ୱରର ଧିରିକୁଟ ସାହିରୁ ଘର ଭିତରେ ପୋତା ଯାଇଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତକ ଜଣଙ୍କ ହେଲେ ଶ୍ୟାମସୁନ୍ଦର ଦାସ। ତାଙ୍କ ଘର କେନ୍ଦୁଝର ଜିଲ୍ଲା ନନ୍ଦିପଦା ଅଞ୍ଚଳର ସୋଲାନ ଗାଁରେ। ଶ୍ୟାମଙ୍କୁ ତାଙ୍କ ପତ୍ନୀ ଦୀପାଞ୍ଜଳି ଦାସ ହତ୍ୟା କରିବା ପରେ ଘରେ ପୋତି ଦେଇଥିବା ଅଭିଯୋଗ ହୋଇଛି।

ଏ ନେଇ ଅଭିଯୋଗ ହେବା ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ଘରର ତାଲା ଭାଙ୍ଗି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତକଙ୍କ ବେକରେ ଗାମୁଛା ଗୁଡା ହୋଇଥିବା ଦେଖିବାକୁ ମିଳିଛି। ଘଟଣା ପରଠାରୁ ଦୀପାଞ୍ଜଳିକୁ ଦେଖିବାକୁ ମିଳୁନାହିଁ। ତାଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଯାଞ୍ଚ ଚଳାଇଛି।

ପଡ଼ୋଶୀ ବେଣୁଧର ଦାସ କହିଛନ୍ତି, “୪ରୁ ୫ମାସ ହେବ ସେମାନେ ଏଠାରେ ଆସି ରହୁଥିଲେ। ୨୦ରୁ ୨୨ ଦିନ ହେବ ମୁଁ ଅଶୋକକୁ ଦେଖିନାହିଁ। ଯେତେବଡ଼ ଗାତ ଖୋଳାଯାଇ ପୋତା ଯାଇଛି ଏହା ଜଣେ ମହିଳାଙ୍କ ପକ୍ଷେ ସମ୍ଭବ ନୁହେଁ। ଏହି ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି।”

ସେ କହିଛନ୍ତି, “ସ୍ୱାମୀ, ସ୍ତ୍ରୀ ମଧ୍ୟରେ ଅଧିକାଂଶ ସମୟରେ ଝଗଡ଼ା ହେଉଥିଲା। ଅଶୋକ ଦୀପାଞ୍ଜଳିକୁ ମାଡ଼ ବି ମାରୁଥିଲା। ସେ କେଉଁଆଡେ ଚାଲି ଯାଉଥିଲା ଓ ୪ରୁ ୫ଦିନ ପରେ ଆସୁଥିଲା। ଘର ଚଳାଇବା ସମ୍ଭବ ହେଉ ନ ଥିବାରୁ ଦୀପାଞ୍ଜଳି ମୋତେ କାମ ଯୋଗାଡ଼ କରିଦେବାକୁ ମଧ୍ୟ କହିଥିଲା।”

ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି, “ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଛି। ମୃତକଙ୍କ ପତ୍ନୀଙ୍କ କିଛି ଖବର ନାହିଁ ତାଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ତଲାସୀ ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos