ଆଦିବାସୀ ଅଞ୍ଚଳରେ ଶିଶୁ ଶିକ୍ଷାର ବିକାଶ ଓ ଭୁବନେଶ୍ୱର ଶିଶୁ ଉପଯୋଗୀ ସ୍ମାର୍ଟସିଟି ହେବ

ଭୁବନେଶ୍ୱର: ଆଦିବାସୀ ଅଞ୍ଚଳରେ ଶିଶୁ ଶିକ୍ଷାର ବିକାଶ ଓ ଭୁବନେଶ୍ୱରକୁ ଶିଶୁ ଉପଯୋଗୀ ସ୍ମାର୍ଟସିଟି କରାଯିବ। ଏଥିପାଇଁ ନେଦରଲ୍ୟାଣ୍ଡର ସ୍ୱେଚ୍ଛାସେବୀ ଅନୁଷ୍ଠାନ ବିଭିଏଲ୍‌ଏଫ୍‌ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଦୁଇଟି ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଛି। ଗୁରୁବାର ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ପ୍ରଥମ ଚୁକ୍ତି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସହିତ ହୋଇଛି। ଚୁକ୍ତି ଅନୁଯାୟୀ ରାଜ୍ୟର ୧୨ଟି ଆଦିବାସୀ ଜିଲ୍ଲାର ୬୬୮୧ ଅଙ୍ଗନବାଡି କେନ୍ଦ୍ରରେ ଶିଶୁଙ୍କୁ ମାତ୍ତୃଭାଷାର ଗୁଣାତ୍ମକ […]

sachhibalaya

sachhibalaya

Rakesh Mallick
  • Published: Friday, 04 March 2016
  • Updated: 04 March 2016, 04:41 AM IST

Sports

Latest News

ଭୁବନେଶ୍ୱର: ଆଦିବାସୀ ଅଞ୍ଚଳରେ ଶିଶୁ ଶିକ୍ଷାର ବିକାଶ ଓ ଭୁବନେଶ୍ୱରକୁ ଶିଶୁ ଉପଯୋଗୀ ସ୍ମାର୍ଟସିଟି କରାଯିବ। ଏଥିପାଇଁ ନେଦରଲ୍ୟାଣ୍ଡର ସ୍ୱେଚ୍ଛାସେବୀ ଅନୁଷ୍ଠାନ ବିଭିଏଲ୍‌ଏଫ୍‌ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଦୁଇଟି ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଛି। ଗୁରୁବାର ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି।

ପ୍ରଥମ ଚୁକ୍ତି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସହିତ ହୋଇଛି। ଚୁକ୍ତି ଅନୁଯାୟୀ ରାଜ୍ୟର ୧୨ଟି ଆଦିବାସୀ ଜିଲ୍ଲାର ୬୬୮୧ ଅଙ୍ଗନବାଡି କେନ୍ଦ୍ରରେ ଶିଶୁଙ୍କୁ ମାତ୍ତୃଭାଷାର ଗୁଣାତ୍ମକ ଶିକ୍ଷା ଦିଆଯିବ। ଏଥିରେ ୬ବର୍ଷରୁ କମ ବୟସର ପ୍ରାୟ ୨,୫୦,୦୦୦ ଶିଶୁ ଉପକୃତ ହେବେ। ୨୦୧୬ରୁ ୨୦୧୯ ପର୍ଯ୍ୟନ୍ତ ୩ବର୍ଷ ପାଇଁ ଏହି ଚୁକ୍ତି ହୋଇଛି। ଏଥିପାଇଁ ୧୩ କୋଟି ଟଙ୍କା ଆର୍ଥିକ ସହାୟତା ବିଭିଏଲ୍‌ଏଫ୍‌ ଯୋଗାଇ ଦେବ। ଏ ନେଇ ମହିଳା ଓ ଶିଶୁ କଲ୍ୟାଣ ବିଭାଗରେ ଏକ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ୟୁନିଟ ସ୍ଥାପନ ହେବ।

ସେହିଭଳି ଭୁବନେଶ୍ୱରକୁ ଏକ ଶିଶୁ ଉପଯୋଗୀ ସ୍ମାର୍ଟସିଟି ସେଣ୍ଟର କରିବା ପାଇଁ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ଅର୍ବାନ ଆଫାୟାର୍ସ ସହିତ ଚୁକ୍ତି କରାଯାଇଛି। ବିଭିଏଲ୍‌ଏଫ୍‌ର ସହାୟତାରେ ଆସନ୍ତା ୨୦୧୮ ମସିହା ପର୍ଯ୍ୟନ୍ତ ଏହି ଚୁକ୍ତି ହୋଇଛି। ଏଥିପାଇଁ ୭ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଟଙ୍କା ବିଭିଏଲ୍‌ଏଫ୍‌ ସହାୟତା ଯୋଗାଇ ଦେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos