ହୁସିଆର କଏଦୀ ! ଝାରପଡ଼ା ଜେଲ୍‌ ଭିତରକୁ ଆଉ ଯାଇପାରିବନି ଆପତ୍ତିଜନକ ଜିନିଷ, ଅନେଇଛି ସିସିଟିଭି

ଭୁବନେଶ୍ୱର: ଝାରପଡ଼ା ଜେଲରେ ରହୁଛନ୍ତି ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ, କୁଖ୍ୟାତ ଅପରାଧୀ ବିକ୍ରମ ମଲିକ, ଚିଟଫଣ୍ଡ  ଅପରାଧୀ ଓ କୁଖ୍ୟାତ ନକ୍ସଲ। ଏମାନେ ଜେଲର ସିସିଟିଭି ସ୍କାନରରେ ରହିଛନ୍ତି। କେଉଁ  ଅପରାଧୀ କଣ କରୁଛି ଓ କିଏ କାହା ସହିତ ମିଶୁଛି ଟିକିନିକି ତଥ୍ୟ ଜେଲ କର୍ତ୍ତୃପକ୍ଷଙ୍କ ପାଖରେ ରହିପାରିବ। କାରଣ ଜେଲରେ ଦ୍ୱିତୀୟ ଥର ପାଇଁ ଲାଗିଲା ୬୪ଟି ସିସିଟିଭି। ପୂର୍ବରୁ ୫୪ ଟି ସିସିଟିଭି ଭିତରୁ ପ୍ରାୟ ସବୁ ଅଚଳ ହୋଇଯାଇଥିଲା। ଫଳରେ ସମସ୍ତ […]

jharpada jail

jharpada jail

Rakesh Mallick
  • Published: Thursday, 06 July 2017
  • Updated: 07 July 2017, 10:04 AM IST

Sports

Latest News

ଭୁବନେଶ୍ୱର: ଝାରପଡ଼ା ଜେଲରେ ରହୁଛନ୍ତି ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ, କୁଖ୍ୟାତ ଅପରାଧୀ ବିକ୍ରମ ମଲିକ, ଚିଟଫଣ୍ଡ  ଅପରାଧୀ ଓ କୁଖ୍ୟାତ ନକ୍ସଲ। ଏମାନେ ଜେଲର ସିସିଟିଭି ସ୍କାନରରେ ରହିଛନ୍ତି। କେଉଁ  ଅପରାଧୀ କଣ କରୁଛି ଓ କିଏ କାହା ସହିତ ମିଶୁଛି ଟିକିନିକି ତଥ୍ୟ ଜେଲ କର୍ତ୍ତୃପକ୍ଷଙ୍କ ପାଖରେ ରହିପାରିବ। କାରଣ ଜେଲରେ ଦ୍ୱିତୀୟ ଥର ପାଇଁ ଲାଗିଲା ୬୪ଟି ସିସିଟିଭି। ପୂର୍ବରୁ ୫୪ ଟି ସିସିଟିଭି ଭିତରୁ ପ୍ରାୟ ସବୁ ଅଚଳ ହୋଇଯାଇଥିଲା। ଫଳରେ ସମସ୍ତ ଓ୍ୱାର୍ଡ, ସେଲ, ଜେଲ ଭିତରେ ଓ ବାହାରେ କଣ ଘଟୁଥିଲା ତାହା ଜଣାପଡ଼ୁନଥିଲା। ଏବେ ଜେଲରେ ସିସିଟିଭି ଲାଗିଲା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି। ଏହାଛଡା ଜେଲରେ କାମକରୁଥିବା ଓ୍ୱାର୍ଡର ପରସ୍ପର ଭିତରେ କଥା ହେବା ପାଇଁ ବ୍ୟବହାର କରୁଛନ୍ତି ୧୬ଟି ଓ୍ୱାକି ଟକି। ଅଚଳ ହୋଇପଡିଥିବା ମେଟାଲ ଡିଟେକଟର ଓ ବ୍ୟାଗ ସ୍କାନର ବି ସଚଳ କରାଯାଇଛି।

ଝାରପଡା ଜେଲରେ ମୋଟ ୬୩୫ ଜଣ ଅନ୍ତେବାସୀ ରହିଛନ୍ତି। ତେବେ ମୋବାଇଲ ଜାମର ସଠିକ ଭାବେ କାମ ନକରିବାକୁ ନେଇ ଜେଲ କର୍ତ୍ତୃପକ୍ଷ ଅଡ଼ୁଆରେ ପଡ଼ିଛନ୍ତି। ଜେଲରେ ଲାଗିଥିବା ଜାମରଟି 2G ସପୋଟ୍‌ କରୁଛି। 3G ସପୋଟ କଲା ପରି ଜାମର ଲାଗିଲେ ଏହାର ପ୍ରଭାବରେ ଆଖପାଖ ଅଞ୍ଚଳର ଲୋକେ ପ୍ରଭାବିତ ହେବେ। ସେମାନଙ୍କ ଫୋନ୍‌ ଲାଗିବନାହିଁ। ଯାହା ଫଳରେ ଜେଲ୍‌ କର୍ତ୍ତୃପକ୍ଷ ନାନା ଅସୁବିଧାରେ ପଡ଼ୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos