ଅସୁସ୍ଥ ନାତିକୁ ଦେଖିପାରିଲେନି, ଡାକ୍ତରଖାନା ସମ୍ମୁଖରେ ପିଟି ଦେଲା କାର

ଭୁବନେଶ୍ୱର: ଭୁବନେଶ୍ୱରର କ୍ୟାପିଟାଲ୍ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ନିଜ ନାତିକୁ ଦେଖିବାକୁ ଆସିଥିଲେ। ହେଲେ ବିଧିର ବିଧାନ ଥିଲା କିଛି ଅଲଗା। ନାତିକୁ ଦେଖି ପାରିଲେନି। କ୍ୟାପିଟାଲ୍‌ ହସ୍‌ପିଟାଲ୍ ସମ୍ମୁଖରେ ତାଙ୍କୁ ଏକ କାର୍‌ ଧକ୍କା ଦେଇଥିଲା। ଏଥିରେ ତାଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ନିମାପଡ଼ା ପାଟପୁର ଅଞ୍ଚଳର ଗନ୍ଧର୍ବ ସ୍ୱାଇଁ।

ତାଙ୍କ ପୁଅ ଗିରିଶ କହିଛନ୍ତି,“ମୋ ପୁଅର ଦେହ ଖରାପ ଅଛି। ବାପା ତାକୁ ଦେଖିବାକୁ ଆସିଥିଲେ। ବିଳମ୍ବ ହେବାରୁ ମୁଁ ତାଙ୍କ ମୋବାଇଲ୍‌କୁ ଫୋନ୍ କଲି। ତା’ପରେ ଜାଣିଲି ଡାକ୍ତରଖାନା ସମ୍ମୁଖରେ ତାଙ୍କୁ ଏକ ଗାଡ଼ି ଧକ୍କା ଦେଇଛି।”

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଥିଲା। ଉତ୍ତ୍ୟକ୍ତ ଲୋକେ ଗାଡ଼ିଟିକୁ ଅଟକାଇ ରଖିଥିଲେ।