ମାଓ ମୁକାବିଲା ରଣନୀତି; ରାଜ୍ୟ ମାଗିବ ଆଉ ୨ ବାଟାଲିଅନ କେନ୍ଦ୍ରୀୟ ଫୋର୍ସ

ଭୁବନେଶ୍ୱର: ମାଓ ମୁକାବିଲା ନେଇ ନୂଆଦିଲ୍ଲୀ ବୈଠକ ପୂର୍ବରୁ ଆଜି ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ଆସନ୍ତା ୮ ତାରିଖ ବସିବାକୁ ଥିବା ବୈଠକରେ ରାଜ୍ୟ ଆଉ ଦୁଇ ବାଟାଲିଅନ କେନ୍ଦ୍ରୀୟ ଫୋର୍ସ ମାଗିବ। ବୈଠକରେ ଗୃହ ସଚିବ, ଡିଜିପି, ଗୁଇନ୍ଦା ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକ ପରେ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି,“ମାଓ ମୁକାବିଲା ପାଇଁ ଆଉ ୨ ବାଟାଲିଅନ କେନ୍ଦ୍ରୀୟ ଫୋର୍ସ ଆବଶ୍ୟକ ରହିଛି। ଏନେଇ ଆଗରୁ […]

C-430eKVYAE78TH

C-430eKVYAE78TH

Rakesh Mallick
  • Published: Wednesday, 03 May 2017
  • Updated: 03 May 2017, 06:27 PM IST

Sports

Latest News

ଭୁବନେଶ୍ୱର: ମାଓ ମୁକାବିଲା ନେଇ ନୂଆଦିଲ୍ଲୀ ବୈଠକ ପୂର୍ବରୁ ଆଜି ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ଆସନ୍ତା ୮ ତାରିଖ ବସିବାକୁ ଥିବା ବୈଠକରେ ରାଜ୍ୟ ଆଉ ଦୁଇ ବାଟାଲିଅନ କେନ୍ଦ୍ରୀୟ ଫୋର୍ସ ମାଗିବ। ବୈଠକରେ ଗୃହ ସଚିବ, ଡିଜିପି, ଗୁଇନ୍ଦା ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ।

ବୈଠକ ପରେ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି,“ମାଓ ମୁକାବିଲା ପାଇଁ ଆଉ ୨ ବାଟାଲିଅନ କେନ୍ଦ୍ରୀୟ ଫୋର୍ସ ଆବଶ୍ୟକ ରହିଛି। ଏନେଇ ଆଗରୁ ଦାବି ଉପସ୍ଥାପନ କରାଯାଉଛି। ଆଉ ଥରେ ସେହି ଦାବି କେନ୍ଦ୍ର ପାଖରେ ଦୋହରାଯିବ। ଏଥିସହ ରାଜ୍ୟ-ରାଜ୍ୟ ମଧ୍ୟରେ ସମନ୍ୱୟ, ମାଓ ପ୍ରଭାବିତ ଅଞ୍ଚଳରେ ମୋବାଇଲ ସେବାକୁ ଅଧିକ କ୍ରିୟାଶୀଳ କରିବା,  ରାସ୍ତା ଓ ଅନ୍ୟାନ୍ୟ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ ଦିଆଯିବ।”

ଗତ ୨୪ ତାରିଖରେ ଛତିଶଗଡ଼ର ସୁକମା ଜିଲ୍ଲା ଚିନ୍ତାଗୁପା ବୁର୍କାପାଲ ଜଙ୍ଗଲରେ ମାଓବାଦୀମାନେ ବଡ଼ ଧରଣର ହମଲା କରିଥିଲେ। ମାଓବାଦୀଙ୍କ ଆକ୍ରମଣରେ ୨୫ ଜଣ ଯବାନ ସହିଦ ହୋଇଥିଲେ। ଏହି ଘଟଣା ସମଗ୍ର ଦେଶରେ ଆଲୋଡନ ଖେଳାଇ ଦେଇଥିଲା। କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ସୁକମା ଗସ୍ତକରି ମାଓ ମୁକାବିଲା ନେଇ ରଣନୀତି ପ୍ରସ୍ତୁତି ପାଇଁ ୮ଟି ମାଓ ଅଧ୍ୟୁଷିତ ରାଜ୍ୟ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଡିଜିଙ୍କ ସହିତ ଆଲୋଚନା କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos