ଏନ୍‌ଏସ୍‌ଜି ଓ ପୋଲିସ୍‌ ଡିଜିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ରାଜ୍ୟର ପ୍ରମୁଖ ସ୍ଥାନଗୁଡ଼ିକର ସୁରକ୍ଷା ପ୍ରସଙ୍ଗରେ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (NSG) ଓ ପୋଲିସ ଡିଜିଙ୍କ ମଧ୍ୟରେ ଆଜି ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ଭୁବନେଶ୍ୱର ପୋଲିସ୍ ଡିଜିଙ୍କ କ୍ୟାମ୍ପ୍ ଅଫିସ୍‌ରେ ବସିଥିବା ଏହି ବୈଠକକୁ ରୁଟିନ କାର୍ଯ୍ୟକ୍ରମ ବୋଲି NSG ଡିଜି କହିଥିଲେ। ତେବେ ଦୁଇଦିନ ତଳେ ଅମରନାଥ ଯାତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣା ପରେ ରାଜ୍ୟରେ ଯେ କୌଣସି ପ୍ରକାର ଆକ୍ରମଣକୁ ପ୍ରତିହତ କରିବା ଲାଗି କିଭଳି ପ୍ରସ୍ତୁତ ରହିବାକୁ ପଡ଼ିବ ସେ […]

NSG-IG-750x430

NSG-IG-750x430

Rakesh Mallick
  • Published: Wednesday, 12 July 2017
  • Updated: 12 July 2017, 10:42 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟର ପ୍ରମୁଖ ସ୍ଥାନଗୁଡ଼ିକର ସୁରକ୍ଷା ପ୍ରସଙ୍ଗରେ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ (NSG) ଓ ପୋଲିସ ଡିଜିଙ୍କ ମଧ୍ୟରେ ଆଜି ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ଭୁବନେଶ୍ୱର ପୋଲିସ୍ ଡିଜିଙ୍କ କ୍ୟାମ୍ପ୍ ଅଫିସ୍‌ରେ ବସିଥିବା ଏହି ବୈଠକକୁ ରୁଟିନ କାର୍ଯ୍ୟକ୍ରମ ବୋଲି NSG ଡିଜି କହିଥିଲେ। ତେବେ ଦୁଇଦିନ ତଳେ ଅମରନାଥ ଯାତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣା ପରେ ରାଜ୍ୟରେ ଯେ କୌଣସି ପ୍ରକାର ଆକ୍ରମଣକୁ ପ୍ରତିହତ କରିବା ଲାଗି କିଭଳି ପ୍ରସ୍ତୁତ ରହିବାକୁ ପଡ଼ିବ ସେ ନେଇ ଆଲୋଚନା ହୋଇଥିବା କୁହାଯାଉଛି।

ପୁରୀ, ଲିଙ୍ଗରାଜ, ବିଧାନସଭା, ସଚିବାଳୟ ସହ ପ୍ରମୁଖ ଆଇଟି ପ୍ରତିଷ୍ଠାନ ଗୁଡିକରେ ସମ୍ଭାବ୍ୟ ଆକ୍ରମଣ ହେଲେ କେମିତି ରହିବ ପୋଲିସର ମକଡ୍ରିଲ୍ ସେନେଇ ଆଲୋଚନା ହୋଇଥିଲା। ଏପରିକି ଗତକାଲି ବିଳମ୍ବିତ ରାତ୍ରିରେ ଏକ ପ୍ରମୁଖ ଆଇଟି କ୍ୟାମ୍ପସରେ ଏନଏସଜି ଓ ପୋଲିସ କର୍ମୀଙ୍କର ହୋଇଥିଲା ଜଏଣ୍ଟ ମକଡ୍ରିଲ୍। ଓଡିଶା ପୋଲିସ ସହିତ ମିଳିତ ମକଡ୍ରିଲରେ ରଣକୌଶଳ କ୍ଷମତା ବଢାବାରେ ସହାୟ ହେବ ବୋଲି କହିଛନ୍ତି ଏନଏସଜି ଆଇଜି। ଏଭଳି ମକଡ୍ରିଲ ପୋଲିସର ଦକ୍ଷତାକୁ ଆହୁରି ସୁଦୃଢ କରିବ ବୋଲି ପୋଲିସ କମିଶନ ୱାଇ ବି ଖୁରାନିଆ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos