ଭୁବନେଶ୍ୱରରେ ଘନ କୁହୁଡି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଘନ କୁହୁଡି ଦେଖାଦେଇଛି। ଲୋକେ ଯିବା ଆସିବାରେ ବହୁ ଅସୁବିଧାରେ ପଡ଼ୁଛନ୍ତି। ୧୦ ମିଟର ଆଗକୁ କିଛି ଦେଖାଯାଉ ନାହିଁ। ବିଶେଷକରି ଗାଡ଼ି ଚାଳକମାନେ ବେଶୀ ଅସୁବିଧାରେ ପଡିଛନ୍ତି। ସେମାନେ ଲାଇଟ୍‌ ଦେଇ ଗାଡ଼ି ଚଳାଉଥିବା ଦେଖିବାକୁ ମିଳିଛି। ଦିନ ୯ଟା ପର୍ଯ୍ୟନ୍ତ ଭୁବନେଶ୍ୱରରେ ଘନ କୁହୁଡି ଲାଗି ରହିଥିଲା। ଆଗାମୀ ୩ରୁ ୪ ଦିନ ଘନ କୁହୁଡି ଦେଖିବାକୁ ମିଳିବ ବୋଲି ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି।

ଉପକୂଳ ଓଡ଼ିଶାର କଟକ, ପୁରୀ, ଯାଜପୁର ଓ ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ଘନ କୁହୁଡି ଦେଖିବାକୁ ମିଳିଛି।