ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଷ୍ଟେସନର ଚେହେରା ବଦଳିବ। ଏଥିପାଇଁ ଖୁବଶୀଘ୍ର ରାଜ୍ୟ ସରକାର ଓ ରେଳ ବିଭାଗ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରତ ହେବ। ଆଜି ସଚିବାଳୟରେ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ଆଲୋଚନା ହୋଇଛି।
ପୂର୍ବରୁ ରେଳଷ୍ଟେସନ ଉନ୍ନତିକରଣ ନିମନ୍ତେ କରାଯାଇଥିବା ଯୋଜନାକୁ ସ୍ମାର୍ଟସିଟି ଯୋଜନାରେ ବଦଳା ଯାଇଛି। ଷ୍ଟେସନକୁ କଳାତ୍ମକ ସୌଧ ରୂପେ ପରିଣତ କରିବା ପାଇଁ ପୂର୍ବର ୬୦ କୋଟି ଟଙ୍କାର ବଜେଟକୁ ବୃଦ୍ଧି କରାଯିବ। ରେଳ ଷ୍ଟେସନ ନିର୍ମାଣ କାର୍ଯ୍ୟର ତଦାରଖ କରିବ ବିଡିଏ। ଆସନ୍ତା ୨୦୧୮ ଫେବୃଆରୀ ସୁଦ୍ଧା ଷ୍ଟେସନ ଡିଜାଇନ ଫାଇନାଲ କରାଯିବ। ଏହା ପରେ କାମ ଆରମ୍ଭ ହେବ ବୋଲି ବିଡିଏ ଭିସି କହିଛନ୍ତି। ମାଷ୍ଟର କ୍ୟାଣ୍ଟିନରେ ଥିବା ଅଶୋକା ମାର୍କେଟକୁ ମଧ୍ୟ ସ୍ଥାନାନ୍ତର କରାଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।