କୁହୁଡ଼ ସାଜିଲା ବାଧକ: ରାଜଧାନୀ ଏକ୍ସପ୍ରେସ୍‌ ବାତିଲ

ଭୁବନେଶ୍ୱର: ଉତ୍ତର ଭାରତରେ ଘନ କୁହୁଡ଼ି ଯୋଗୁଁ କିଛି ଟ୍ରେନ୍‌କୁ ବାତିଲ କରାଯାଇଥିବା ବେଳେ ଆଉ କିଛି ଟ୍ରେନ୍‌ର ସମୟରେ ପରିବର୍ତ୍ତନ କରାଯାଇଛି। ଆଜି ଅପରାହ୍ନ ୩ଟାରେ ଭୁବନେଶ୍ୱରରୁ ଛାଡ଼ିବାକୁ ଥିବା ରାଜଧାନୀ ଏକ୍ସପ୍ରେସ୍‌ ବାତିଲ ହୋଇଥିବା ବେଳେ ଆସନ୍ତାକାଲି ଦିଲ୍ଲୀରୁ ଭୁବନେଶ୍ୱର ଆସିବାକୁ ଥିବା ରାଜଧାନୀ ଏକ୍ସପ୍ରେସକୁ ବାତିଲ କରାଯାଇଛି। ପୁରୀ-ନୂଆଦିଲ୍ଲୀ ନନ୍ଦନକାନନ ଏକ୍ସପ୍ରେସ୍ ପୁରୀରୁ ଆଜି ସକାଳ ୧୦ଟା ୫୫ରେ ଛାଡ଼ିବାର ଥିଲା। ତେବେ ଏହା ଅପରାହ୍ନ ୩ଟାରେ ଛାଡ଼ିବ। ଭୁବନେଶ୍ୱର-ନୂଆଦିଲ୍ଲୀ ସୁପରଫାଷ୍ଟ ଭାୟା […]

rajdhani

rajdhani

Rakesh Mallick
  • Published: Saturday, 03 December 2016
  • Updated: 03 December 2016, 02:06 PM IST

Sports

Latest News

ଭୁବନେଶ୍ୱର: ଉତ୍ତର ଭାରତରେ ଘନ କୁହୁଡ଼ି ଯୋଗୁଁ କିଛି ଟ୍ରେନ୍‌କୁ ବାତିଲ କରାଯାଇଥିବା ବେଳେ ଆଉ କିଛି ଟ୍ରେନ୍‌ର ସମୟରେ ପରିବର୍ତ୍ତନ କରାଯାଇଛି।

ଆଜି ଅପରାହ୍ନ ୩ଟାରେ ଭୁବନେଶ୍ୱରରୁ ଛାଡ଼ିବାକୁ ଥିବା ରାଜଧାନୀ ଏକ୍ସପ୍ରେସ୍‌ ବାତିଲ ହୋଇଥିବା ବେଳେ ଆସନ୍ତାକାଲି ଦିଲ୍ଲୀରୁ ଭୁବନେଶ୍ୱର ଆସିବାକୁ ଥିବା ରାଜଧାନୀ ଏକ୍ସପ୍ରେସକୁ ବାତିଲ କରାଯାଇଛି।

ପୁରୀ-ନୂଆଦିଲ୍ଲୀ ନନ୍ଦନକାନନ ଏକ୍ସପ୍ରେସ୍ ପୁରୀରୁ ଆଜି ସକାଳ ୧୦ଟା ୫୫ରେ ଛାଡ଼ିବାର ଥିଲା। ତେବେ ଏହା ଅପରାହ୍ନ ୩ଟାରେ ଛାଡ଼ିବ। ଭୁବନେଶ୍ୱର-ନୂଆଦିଲ୍ଲୀ ସୁପରଫାଷ୍ଟ ଭାୟା ଅନୁଗୋଳ-ଝାରସୁଗୁଡ଼ା ଓ ରାଉରକେଲା ଦିନ ୧୨ଟା ୪୫ ପରିବର୍ତ୍ତେ  ରାତି୧୧ଟା ୩୦ରେ ଛାଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos