ରମଣ ସିଂହଙ୍କ କୁଶପୁତ୍ତଳିକା ଦାହ କଲା ଓଡ଼ିଶା ଛାତ୍ର ଓ ଯୁବ ମହାସଂଗଠନ, କାଳିମାଡ଼ କରିବାକୁ ଧମକ

ଭୁବନେଶ୍ୱର: ଓଡ଼ିଶା ଛାତ୍ର ଓ ଯୁବ ମହାସଂଗଠନ (ଓଏସ୍‌ୱାଇଏନ୍‌) ପକ୍ଷରୁ ଆଜି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ କୁଶପୁତ୍ତଳିକା ଦାହ କରିଛି । ମହାନଦୀ ପ୍ରସଙ୍ଗରେ ରମଣ ସିଂହ ଓଡ଼ିଶାବାସୀଙ୍କୁ ପ୍ରତାରିତ କରିଥିବା ଅଭିଯୋଗ କରି ସେମାନେ ତାଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ମାଷ୍ଟର କ୍ୟାଣ୍ଟିନରେ ସଂଗଠନର ସଭାପତି ଅଜୟ କୁମାର ପାଣିଙ୍କ ନେତୃତ୍ୱରେ ଶତାଧିକ ଛାତ୍ର ଓ ଯୁବକ ଉପସ୍ଥିତିରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ କୁଶପୁତ୍ତଳିକା ଦାହ କରାଯାଇଥିଲା।

ଅଜୟ କହିଛନ୍ତି, ରମଣ ସିଂହଙ୍କୁ ଓଡ଼ିଶା ମାଟିରେ ପାଦ ରଖିବାକୁ ଦିଆଯିବ ନାହିଁ। ସେ ତାଙ୍କ ଓଡ଼ିଶା ଗସ୍ତ ସ୍ଥଗିତ ନ ରଖିଲେ ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କ ଉପରେ କାଳିମାଡ଼ କରାଯିବ।

ସୂଚନାଯୋଗ୍ୟ, ଆସନ୍ତା ୯ ତାରିଖ ଦିନ ରମଣ ସିଂହ ଓଡ଼ିଶା ଆସିବେ। ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେପି ପାଇଁ ପ୍ରଚାର କରିବାକୁ ସେ ଏଠାକୁ ଆସୁଛନ୍ତି।