ଭୁବନେଶ୍ୱରରେ ହେବ ୫୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେସିଆଲିଟି ହସ୍ପିଟାଲ: ଧର୍ମେନ୍ଦ୍ର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ୪୦୦ କୋଟି ଟଙ୍କା ବ୍ୟୟରେ ୫୦୦ ଶଯ୍ୟା ବିଶିଷ୍ଟ ଏକ ସୁପର ସ୍ପେସିଆଲିଟି ହସ୍ପିଟାଲ ଖୋଲାଯିବ। ଏମ୍ପ୍ଲୋଇଜ୍‌ ଆଣ୍ଡ ଇନ୍ସୁରାନ୍ସ କର୍ପୋରେସନ ଏହାକୁ ଖୋଲିବ। ଶନିବାର ଏ ନେଇ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଛନ୍ତି।

ସେ କହିଛନ୍ତି, “ଡୁବୁରୀ ଓ ଅନୁଗୋଳଠାରେ ମଧ୍ୟ ୧୦୦ ଶଯ୍ୟା ବିଶିଷ୍ଟ ଆଉ ଦୁଇଟି ହସ୍ପିଟାଲ ଖୋଲିବାକୁ ଇଏସ୍‌ଆଇ ନିଷ୍ପତ୍ତି ନେଇଛି। ଭୁବନେଶ୍ୱରଠାରେ ଥିବା ବର୍ତ୍ତମାନର ଇଏସ୍‌ଆଇ ହସ୍ପିଟାଲର ଆଧୁନିକୀକରଣ କାମ ଶେଷ ହୋଇଛି। ଏଥିପାଇଁ ୬୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି।”

ଶନିବାର ଭୁବନେଶ୍ୱରଠାରେ କ୍ଷୁଦ୍ର ଓ ମଧ୍ୟମ ଖବରକାଗଜ ଫେଡେରେସନର ଜାତୀୟ ବୈଠକରେ ଯୋଗଦେଇ ଧର୍ମେନ୍ଦ୍ର ଏହା କହିଛନ୍ତି।