ରିଜିଓନାଲ କଲେଜରେ ବିସ୍ଫୋରଣ, ୩ ଛାତ୍ରୀ ଆହତ

ଭୁବନେଶ୍ୱର: ଭୁବନେଶ୍ୱର ରିଜିଓନାଲ କଲେଜର କେମେଷ୍ଟ୍ରୀ ଲାବୋରେଟୋରୀରେ ଆଜି ଗ୍ୟାସ୍‌ ଟାଙ୍କି ଫାଟି ବିସ୍ପୋରଣ ଘଟିବା ଫଳରେ ୩ ଜଣ ଛାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି।