ଏନ୍‌କାଉଣ୍ଟରରେ କୁଖ୍ୟାତ ଡକାୟତ ଶୁକ ଆହତ

ଭୁବନେଶ୍ୱର: ରାଜଧାନୀ ପୋଲିସ୍‌ର ଏନ୍‌କାଉଣ୍ଟରରେ ଆହତ ହୋଇଛି କୁଖ୍ୟାତ ଡକାୟତ ଶୁକ ଓରଫ ଶୁକଦେବ ବେହେରା। ଗତକାଲି ବିଳମ୍ବିତ ରାତିରେ ଧଉଳିନିକଟରେ କମିଶନରେଟ୍ ପୋଲିସ୍‌ର ସ୍ପେଶାଲ୍‌ ସ୍କ୍ୱାଡ୍‌ ଏହି ଏନ୍‌କାଉଣ୍ଟର କରିଥିଲା। ଶୁକର ଡାହାଣ ଗୋଡ଼ରେ ଗୁଳି ବାଜିଛି। ଆହତ ଅବସ୍ଥାରେ ତାକୁ ପ୍ରଥମେ କ୍ୟାପିଟାଲ୍ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ପରେ ତାକୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ପୋଲିସ୍‌କୁ ଦେଖି ଖସି ଯିବାକୁ ଉଦ୍ୟମ କରିବାକୁ ଯାଇ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା ଶୁକ। […]

shuka

shuka

Rakesh Mallick
  • Published: Friday, 30 December 2016
  • Updated: 30 December 2016, 08:37 PM IST

Sports

Latest News

ଭୁବନେଶ୍ୱର: ରାଜଧାନୀ ପୋଲିସ୍‌ର ଏନ୍‌କାଉଣ୍ଟରରେ ଆହତ ହୋଇଛି କୁଖ୍ୟାତ ଡକାୟତ ଶୁକ ଓରଫ ଶୁକଦେବ ବେହେରା। ଗତକାଲି ବିଳମ୍ବିତ ରାତିରେ ଧଉଳିନିକଟରେ କମିଶନରେଟ୍ ପୋଲିସ୍‌ର ସ୍ପେଶାଲ୍‌ ସ୍କ୍ୱାଡ୍‌ ଏହି ଏନ୍‌କାଉଣ୍ଟର କରିଥିଲା। ଶୁକର ଡାହାଣ ଗୋଡ଼ରେ ଗୁଳି ବାଜିଛି। ଆହତ ଅବସ୍ଥାରେ ତାକୁ ପ୍ରଥମେ କ୍ୟାପିଟାଲ୍ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ପରେ ତାକୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି।

ପୋଲିସ୍‌କୁ ଦେଖି ଖସି ଯିବାକୁ ଉଦ୍ୟମ କରିବାକୁ ଯାଇ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା ଶୁକ। ତେବେ ପୋଲିସ୍‌ର ପାଲଟା ଗୁଳିମାଡ଼ରେ ସେ ଆହତ ହୋଇଥିଲା ଓ ତାକୁ କାବୁ କରାଯାଇଥିଲା। ଶୁକଠାରୁ ଗୋଟିଏ ପିସ୍ତଲ ଓ ଦୁଇଟି ଗୁଳି ଜବତ କରାଯାଇଛି। ତା’ନାଁରେ ୮ରୁ ଅଧିକ ମାମଲା ବିଭିନ୍ନ ଥାନାରେ ରହିଛି। ତେବେ ବହୁ ଛିନ୍‌ତାଇ ମାମଲାରେ ସେ ସଂପୃକ୍ତ ଥିବା ପୋଲିସ୍ ସନ୍ଦେହ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos