ଭୁବନେଶ୍ୱର: ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ୍‌-୮ ଅଞ୍ଚଳର ଏକ ଭଡ଼ା ଘରୁ ସୁରଜ ବାରିକ ନାମକ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ମୃତଦେହ ଆଜି କମିଶନରେଟ ପୋଲିସ ଉଦ୍ଧାର କରିଛି। ମାତ୍ର ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାହା ଜଣାପଡ଼ିନି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

ମୃତ ଯୁବକ ସୁରଜର ଘର ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ। ସେ କଷ୍ଟ ଆକାଉଣ୍ଟିଂ ପାଠ ପଢ଼ୁଥିବା ବେଳେ ଏକ ଶୋ’ ରୁମରେ ଚାକିରି କରୁଥିଲେ।