ଏଥର କିଏ ହେବେ କଂସ? ଏମିତି ହେଲା ନିଷ୍ପତ୍ତି

ବରଗଡ଼ (ଦୀପକ ଶର୍ମା): ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା। ଏହା ଜାନୁଆରୀ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଗତ ଥର କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ୱର ପ୍ରଧାନଙ୍କୁ ବଦଳାଇବା ପାଇଁ ଧନୁଯାତ୍ରା କାର୍ଯ୍ୟକାରୀ କମିଟିର କିଛି ସଦସ୍ୟ ଚାହୁଁଥିଲେ। ତେବେ ଏଥର ସେମିତି କିଛି ହେବନି। ଗତ ବର୍ଷ ଭଳି ଏ ବର୍ଷ ବି ଭୁବନେଶ୍ୱର ପ୍ରଧାନ କଂସ ଭୂମିକାରେ ଅଭିନୟ କରିବେ। ବରଗଡ଼ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ଧନୁଯାତ୍ରା […]

dhanuyatra

dhanuyatra

Jitendra Garnayak
  • Published: Sunday, 25 November 2018
  • Updated: 25 November 2018, 12:22 PM IST

Sports

Latest News

ବରଗଡ଼ (ଦୀପକ ଶର୍ମା): ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା। ଏହା ଜାନୁଆରୀ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଗତ ଥର କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ୱର ପ୍ରଧାନଙ୍କୁ ବଦଳାଇବା ପାଇଁ ଧନୁଯାତ୍ରା କାର୍ଯ୍ୟକାରୀ କମିଟିର କିଛି ସଦସ୍ୟ ଚାହୁଁଥିଲେ। ତେବେ ଏଥର ସେମିତି କିଛି ହେବନି। ଗତ ବର୍ଷ ଭଳି ଏ ବର୍ଷ ବି ଭୁବନେଶ୍ୱର ପ୍ରଧାନ କଂସ ଭୂମିକାରେ ଅଭିନୟ କରିବେ।

ବରଗଡ଼ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ଧନୁଯାତ୍ରା କାର୍ଯ୍ୟକାରୀ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୈଠକରେ ଭୁବନେଶ୍ୱରଙ୍କୁ ବଦଳାଇବା ପାଇଁ କେତେ ଜଣ ସଦସ୍ୟ ଯୁକ୍ତି ବାଢ଼ିଥିଲେ। ତେବେ ଆଉ ସମୟ ନଥିବାରୁ ଏଥର ନୂଆ କଂସ ଚୟନ କଲେ ଅସୁବିଧା ହେବ ବୋଲି ମତ ପ୍ରକାଶ ପାଇଥିଲା।

ଭୁବନେଶ୍ୱରଙ୍କ ଅଭିନୟ ଉଚ୍ଚକୋଟୀର ହେଉ ନ ଥିବା ନେଇ ବିଭିନ୍ନ ସମୟରେ ଧନୁଯାତ୍ରା ମହୋତ୍ସବ ସଭାପତି ତଥା ବରଗଡ଼ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା।

ବରଗଡ଼ରେ ଏଥର ୭୦ତମ ଧନୁଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ଡିସେମ୍ବର ୧୨ ତାରିଖରେ ଶୁଭସ୍ତମ୍ଭ ସ୍ଥାପନ କରିବାକୁ ନିଷ୍ପତ୍ତି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos