ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ବିଶ୍ୱ ଶ୍ରମିକ ଦିବସ ପାଳିତ

ଭୁବନେଶ୍ୱର: ମଇ ଦିବସ ଅବସରରେ ଆଜି ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ଇଡକଲ୍ ଅଡିଟୋରିଅମରେ ଆୟୋଜିତ ଏହି ସମାରୋହକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ। ଏହି ଅବସରରେ ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନାରେ ଶ୍ରମିକମାନଙ୍କୁ ଘର ପାଇଁ ସହାୟତା ରାଶିକୁ ଦେଢ଼ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଆସନ୍ତା ୪ବର୍ଷରେ ୫୦ ହଜାର ଶ୍ରମିକ ଏହି ସହାୟତା ପାଇବେ ବୋଲି ନବୀନ କହିଛନ୍ତି। ସେହିପରି ରାଜ୍ୟ ବାହାରେ କାମ କରୁଥିବା […]

naveen

naveen

Rakesh Mallick
  • Published: Sunday, 01 May 2016
  • Updated: 01 May 2016, 09:02 AM IST

Sports

Latest News

ଭୁବନେଶ୍ୱର: ମଇ ଦିବସ ଅବସରରେ ଆଜି ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ଇଡକଲ୍ ଅଡିଟୋରିଅମରେ ଆୟୋଜିତ ଏହି ସମାରୋହକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ। ଏହି ଅବସରରେ ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନାରେ ଶ୍ରମିକମାନଙ୍କୁ ଘର ପାଇଁ ସହାୟତା ରାଶିକୁ ଦେଢ଼ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଆସନ୍ତା ୪ବର୍ଷରେ ୫୦ ହଜାର ଶ୍ରମିକ ଏହି ସହାୟତା ପାଇବେ ବୋଲି ନବୀନ କହିଛନ୍ତି। ସେହିପରି ରାଜ୍ୟ ବାହାରେ କାମ କରୁଥିବା ଶ୍ରମିକଙ୍କ ସହାୟତା ପାଇଁ ହେଲପ୍ ଲାଇନ୍ ଓ ସେମାନଙ୍କ ପିଲାଙ୍କ ପାଠପଢ଼ା ପାଇଁ  ସିଜନାଲ୍ ହଷ୍ଟେଲ୍ ଖୋଲାଯାଇଛି। ଏହା ସହ ଗର୍ଭବତୀ ଓ ନବ ଜନ୍ମିତ ଶିଶୁଙ୍କ ପାଇଁ ପ୍ରୋତ୍ସାହନ ରାଶି ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ଅବସରରେ ୪ ଜଣଙ୍କୁ ଶ୍ରମିକ ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos