କଟକ ଓ ଭୁବନେଶ୍ୱର କମିଶନରେଟ ପୋଲିସର ଅଷ୍ଟମ ରେଜିଂ ଡେ’ ଅନୁଷ୍ଠିତ

ଭୁବନେଶ୍ୱର: ଭୁବନେଶ୍ୱର ସପ୍ତମ ବାଟାଲିଅନ୍ ପଡ଼ିଆରେ କଟକ ଓ ଭୁବନେଶ୍ୱର କମିଶନରେଟ ପୋଲିସର ଅଷ୍ଟମ ରେଜିଂ ଡେ’ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲ ଓ କଲେଜ ଛାତ୍ରୀମାନେ ଆତ୍ମ ସୁରକ୍ଷା କୌଶଳ ପ୍ରଦର୍ଶନ କରିଥିଲେ। ଉତ୍ସବରେ କମିଶନରେଟ୍ ପୋଲିସର କର୍ମଚାରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଆଗାମୀ ଦିନରେ କଟକ ଓ ଭୁବନେଶ୍ୱରରେ ଅଧିକ ଦୁଇଟି ଟ୍ରାଫିକ୍ ପୋଲିସ୍ ସିଷ୍ଟମ ଲାଗୁ କରିବାକୁ ଯୋଜନା ରହିଛି ବୋଲି ଘୋଷଣା କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୋଲିସ୍ ଡିଜି କେ.ବି ସିଂ, ପୋଲିସ୍ କମିଶନର ରାଜେନ୍ଦ୍ର ପ୍ରସାଦ ଶର୍ମା ଓ ଅନ୍ୟମାନେ ଯୋଗ ଦେଇଥିଲେ।