ଭୁବନେଶ୍ୱର : ଟ୍ରକ୍ ଓ ବାଇକ୍ ମୁହାଁମୁହିଁ ଧକ୍କା, ବାଇକ୍ ଚାଳକ ମୃତ

ଭୁବନେଶ୍ୱର: ଟଙ୍କପାଣି ରୋଡରେ ଆଜି ସକାଳେ ଗ୍ୟାସ ବୋଝେଇ ଟ୍ରକ ଓ ବାଇକ ମୁହାଁମୁହିଁ ଧକ୍କା ହୋଇଛି।  ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ନାମ ଟୁଲୁ ଦଳ ବେହେରା। ତାଙ୍କ ଘର ଗଞ୍ଜାମରେ ବୋଲି ଜଣାପଡିଛି। ମୃତ ଦେହକୁ ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସପିଟାଲ ପଠାଯାଇଛି। ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି। ଘଟଣାସ୍ଥଳରେ ବଡଗଡ ଥାନା ପୋଲିସ ପହଞ୍ଚି ତଦନ୍ତ କରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।