ଭୁବନେଶ୍ୱର: ଇଂଜିନିୟରିଂ ଆଡମିଶନ୍ ପାଇଁ ୪୨ ହଜାର ଓଡ଼ିଆ ଛାତ୍ରଛାତ୍ରୀଙ୍କ ଆବେଦନ

ଭୁବନେଶ୍ୱର: ଇଂଜିନିୟରିଂ ଆଡମିଶନ୍ ନେଇ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଜେଇଇ ମେନ୍ ପାଇଁ ଓଡ଼ିଶାରୁ ପ୍ରାୟ ୪୨ ହଜାର ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ଆବେଦନର ଶେଷ ତାରିଖ ଜାନୁୟାରୀ ୧୧ ପର୍ଯ୍ୟନ୍ତ ରହିଥିବାରୁ ଏହା ଆହୁରି ବଢିବ ବୋଲି ଆଶା କରାଯାଉଛି। ପ୍ରବେଶିକା ପରୀକ୍ଷାର ରାଙ୍କ ଅନୁସାରେ ରାଜ୍ୟରେ ସିଟ୍ ପୂରଣ ନେଇ ଓଜେଇଇ କର୍ତ୍ତୃପକ୍ଷ କାଉନସେଲିଂ କରିବ। ତେବେ ଓଡ଼ିଶା ପ୍ରଫେସନାଲ ଏଜୁକେସନ ଆକ୍ଟ ୨୦୦୭ ସେକ୍ସନ ୩  ସଂଶୋଧନ ହେବା ପରେ ଏଣିକି କେଉଁ […]

student

student

Rakesh Mallick
  • Published: Sunday, 03 January 2016
  • Updated: 03 January 2016, 02:53 PM IST

Sports

Latest News

ଭୁବନେଶ୍ୱର: ଇଂଜିନିୟରିଂ ଆଡମିଶନ୍ ନେଇ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଜେଇଇ ମେନ୍ ପାଇଁ ଓଡ଼ିଶାରୁ ପ୍ରାୟ ୪୨ ହଜାର ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ଆବେଦନର ଶେଷ ତାରିଖ ଜାନୁୟାରୀ ୧୧ ପର୍ଯ୍ୟନ୍ତ ରହିଥିବାରୁ ଏହା ଆହୁରି ବଢିବ ବୋଲି ଆଶା କରାଯାଉଛି। ପ୍ରବେଶିକା ପରୀକ୍ଷାର ରାଙ୍କ ଅନୁସାରେ ରାଜ୍ୟରେ ସିଟ୍ ପୂରଣ ନେଇ ଓଜେଇଇ କର୍ତ୍ତୃପକ୍ଷ କାଉନସେଲିଂ କରିବ।

ତେବେ ଓଡ଼ିଶା ପ୍ରଫେସନାଲ ଏଜୁକେସନ ଆକ୍ଟ ୨୦୦୭ ସେକ୍ସନ ୩  ସଂଶୋଧନ ହେବା ପରେ ଏଣିକି କେଉଁ ପରୀକ୍ଷାରେ ଓଡ଼ିଶା ସାମଲ ହେବ ସେ ନେଇ ରାଜ୍ୟ ସରକାରଙ୍କ ପାଖରେ କ୍ଷମତା ରହିବ।

ସେହିପରି ପ୍ରଥମ ଥର ପାଇଁ ସିଟ୍ ପୂରଣ ନେଇ ଓଜେଇଇ କର୍ତ୍ତୃପକ୍ଷ ଦୁଇଟି ପର୍ଯ୍ୟାୟରେ କାଉନସେଲିଂ କରିବେ। ତେବେ ସିଟ୍ ଖାଲି ରହିଲେ ଏହାକୁ ପୂରଣ କରିବା ପାଇଁ କଲେଜ କର୍ତ୍ତୃପକ୍ଷଙ୍କ ପାଖରେ କ୍ଷମତା ରହିବ ବୋଲି ଓଜେଇଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos