ଭୁବନେଶ୍ୱର: ଆସନ୍ତା ୧୪ରେ ରାଜ୍ୟ ବିଜେପି ସଭାପତି ନିର୍ବାଚନ

ଭୁବନେଶ୍ୱର: ଜାନୁୟାରୀ ୧୪ରେ ରାଜ୍ୟ ବିଜେପି ସଭାପତି ନିର୍ବାଚନ ହେବ। ସେହିଦିନ ମନୋନୟନ ପତ୍ର ଦାଖଲ ହେବା ସହ ନିର୍ବାଚନ ହେବ। ରାଜ୍ୟ ପରିଷଦ ଓ କାର୍ଯ୍ୟନିର୍ବାହୀ ସମିତି ସଦସ୍ୟମାନେ ଏଥିରେ ଭୋଟ ଦେଇପାରିବେ। ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସରୋଜ ପାଣ୍ଡେ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ତୁଲାଇବେ। ନୂଆ ସଭାପତି ଭାବେ ବିଜେପି ନେତା ବସନ୍ତ ପଣ୍ଡାଙ୍କ ନାଁ ଚର୍ଚ୍ଚା ଜୋର ଧରିଛି। ନିର୍ବାଚନ କିଭଳି ସହମତି ଭିତ୍ତିରେ ହୋଇପାରିବ ଏବଂ ଏଥିପାଇଁ ଏକାଧିକ ପ୍ରାର୍ଥୀ କିଭଳି ମନୋନୟନ ପତ୍ର ଦାଖଲ ନ କରିବେ ତାହା ଉପରେ ଦଳ ଗୁରୁତ୍ୱ ଦେଉଛି।