ଭୁବନେଶ୍ୱର: ଇଲା ପଣ୍ଡା ସେଣ୍ଟର ଫର୍ ଆର୍ଟର ଲୋଗୋ ଓ ୱେବସାଇଟ୍ ଉନ୍ମୋଚିତ

ipcaଭୁବନେଶ୍ୱର: ଇଲା ପଣ୍ଡା ସେଣ୍ଟର ଫର୍ ଆର୍ଟ ବା ‘ଇପକା’ ର ଲୋଗୋ ଏବଂ ୱେବସାଇଟ୍ ସୋମବାର ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଯାଇଛି। ଇଲା ପଣ୍ଡା ସେଣ୍ଟର ଫର ଆର୍ଟ କଳାକାରମାନଙ୍କ ପାଇଁ ଏକ ମଞ୍ଚ ଭାବେ କାମ କରିବ। ଏଥିରେ ଆଧୁନିକ ଏବଂ ପାରମ୍ପାରିକ ଚିତ୍ରକଳା ସ୍ଥାନ ପାଇବା ସହ ଓଡ଼ିଆ କଳାକାରମାନଙ୍କ ପ୍ରତି ବିଶେଷ ଦୃଷ୍ଟି ଦିଆଯିବ। ଏହାସହ ବିଭିନ୍ନ କଳା ଶିବିରର ଆୟୋଜନ କରିବା ସହ ଆଗମୀ ଦିନରେ ଅନ୍-ଲାଇନ୍ ଗ୍ୟାଲେରୀ କରିବାର ଯୋଜନା ରଖାଯାଇଥିବା ଏହାର ପରିଚାଳନା ନିର୍ଦ୍ଦେଶିକା କହିଛନ୍ତି ।

ଇଲା ପଣ୍ଡା ସେଣ୍ଟର ଫର ଆର୍ଟ ପୂର୍ବତନ ସାଂସଦ ତଥା ସମାଜସେବୀ ସ୍ୱର୍ଗତ ଇଲା ପଣ୍ଡାଙ୍କ ସ୍ମୃତିରେ ନାମକରଣ କରାଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ସାଂସଦ ରଞ୍ଜୀବ ବିଶ୍ୱାଳ ଏହାର ୱେବସାଇଟକୁ ଉନ୍ମୋଚନ କରିଥିଲେ । ସେହିପରି ଡଃ ବଂଶୀଧର ପଣ୍ଡା ଏହାର ଲୋଗୋ ଉନ୍ମୋଚନ କରିଥିଲେ। ଉତ୍ସବରେ ସାଂସଦ ବୈଜୟନ୍ତ ପଣ୍ଡା, ୟୁ.ଏମ୍.ଏସ୍.ଏଲର ପରିଚାଳନା ନିର୍ଦ୍ଦେଶିକା ପାରମିତା ମହାପାତ୍ର ଓ ଚିତ୍ରକାର ଦିନାନାଥ ପାଠି ପ୍ରମୁଖ ଯୋଗ ଦେଇଥିଲେ।