ଭୁବନେଶ୍ୱର: ଓୟୁଏଟି କଲୋନୀରେ ଗ୍ୟାସ୍ ଟାଙ୍କି ଫାଟି ଜଣେ ମୃତ, ୩ ଗୁରୁତର

ଭୁବନେଶ୍ୱର: ରାଜଧାନୀର ଓୟୁଏଟି କଲୋନୀର ସରକାରୀ କ୍ୱାର୍ଟର୍ସରରେ ଆଜି ଗ୍ୟାସ୍ ଟାଙ୍କି ଫାଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ୩ ଜଣ ଗୁରୁତର ଆହତ  ହୋଇଛନ୍ତି। ଆହତମାନେ ହେଲେ ମୃତ ମହିଳାଙ୍କ ସ୍ୱାମୀ ଚନ୍ଦ୍ରମଣି ନାୟକ, ତାଙ୍କ ବୃଦ୍ଧା ମାଆ ଏବଂ ତାଙ୍କ ଜ୍ୱାଇଁ। ଜ୍ୱାଇଁ ଗୋଡରେ ଆଘାତ ଲାଗିଥିବାରୁ ତାଙ୍କୁ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି। ଚନ୍ଦ୍ରମଣି ଓ ତାଙ୍କ ବୃଦ୍ଧ ମାଆଙ୍କୁ କ୍ୟାପିଟାଲ ହସପିଟାଲର ଭର୍ତ୍ତି କରାଯାଇଛି। ଚନ୍ଦ୍ରମଣୀଙ୍କ ପତ୍ନୀ […]

gas

gas

Rakesh Mallick
  • Published: Wednesday, 30 December 2015
  • Updated: 30 December 2015, 09:07 AM IST

Sports

Latest News

bbsrଭୁବନେଶ୍ୱର: ରାଜଧାନୀର ଓୟୁଏଟି କଲୋନୀର ସରକାରୀ କ୍ୱାର୍ଟର୍ସରରେ ଆଜି ଗ୍ୟାସ୍ ଟାଙ୍କି ଫାଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ୩ ଜଣ ଗୁରୁତର ଆହତ  ହୋଇଛନ୍ତି। ଆହତମାନେ ହେଲେ ମୃତ ମହିଳାଙ୍କ ସ୍ୱାମୀ ଚନ୍ଦ୍ରମଣି ନାୟକ, ତାଙ୍କ ବୃଦ୍ଧା ମାଆ ଏବଂ ତାଙ୍କ ଜ୍ୱାଇଁ। ଜ୍ୱାଇଁ ଗୋଡରେ ଆଘାତ ଲାଗିଥିବାରୁ ତାଙ୍କୁ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି। ଚନ୍ଦ୍ରମଣି ଓ ତାଙ୍କ ବୃଦ୍ଧ ମାଆଙ୍କୁ କ୍ୟାପିଟାଲ ହସପିଟାଲର ଭର୍ତ୍ତି କରାଯାଇଛି।

ଚନ୍ଦ୍ରମଣୀଙ୍କ ପତ୍ନୀ ରୋଷେଇ କରୁଥିଲା ବେଳେ ହଠାତ୍ ଗ୍ୟାସ ଟାଙ୍କିରେ ନିଆଁ ଲାଗିଯିବାରୁ ବିସ୍ଫୋରଣ ଘଟିଥିଲା। ଘରେ ଧୂଆଁ ଭର୍ତ୍ତି ହୋଇଯିବାରୁ ଭିତରକୁ କେହି ଯାଇପାରି ନ ଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ଆସି ନିଆଁକୁ ଆୟତ୍ତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos