ବ୍ଲକଗ୍ରାଣ୍ଟ ଅଧ୍ୟାପକ ଓ କର୍ମଚାରୀଙ୍କ ବିକ୍ଷୋଭ

ଭୁବନେଶ୍ୱର: ବ୍ଲକଗ୍ରାଣ୍ଟ ବଦଳରେ ପୂର୍ଣ୍ଣ ଅନୁଦାନ ଦାବିରେ ୪୮୮ ବର୍ଗ ଅନୁଦାନ ପ୍ରାପ୍ତ କଲେଜ ବ୍ଲକଗ୍ରାଣ୍ଟ ଅଧ୍ୟାପକ ଓ କର୍ମଚାରୀମାନେ ଲୋଏର୍‌ ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିରେ ୮୦୦୦ରୁ ଅଧିକ ଅଧ୍ୟାପକ ଓ କର୍ମଚାରୀ ସାମିଲ ହୋଇଥିଲେ।

ବ୍ଲକଗ୍ରାଣ୍ଟ ଅଧ୍ୟାପକ ଓ କର୍ମଚାରୀମାନେ ବିଧାନସଭା ଅଭିମୁଖେ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ବିରୋଧ କରିଥିଲା। ଫଳରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।

ଆଗାମୀ ଦିନରେ ଦାବି ପୂରଣ ନହେଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସଂଘ ଚେତାବନୀ ଦେଇଛି।