ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ ହେଲେ ପୂର୍ବତନ ସାଂସଦ ଭୂପିନ୍ଦର ସିଂହ

ଭୁବନେଶ୍ୱର: ବିଜେଡି ନେତା ଭୂପିନ୍ଦର ସିଂହ ଓ ରାମଚନ୍ଦ୍ର ପଣ୍ଡାଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି। ଭୂପିନ୍ଦର ସିଂହଙ୍କୁ ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି।  ଭୂପିନ୍ଦରଙ୍କୁ ମିଳିବ କ୍ୟାବିନେଟ ମନ୍ତ୍ରୀ ପାହ୍ୟା। ସେହିଭଳି ପୂର୍ବତନ ଉପ-ବାଚସ୍ପତି ରାମଚନ୍ଦ୍ର ପଣ୍ଡା ହେଲେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ।  ରାମଚନ୍ଦ୍ର ପଣ୍ଡାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ସୁବିଧା ମିଳିବ।