ପାନାମା ପେପର୍ସରେ ସ୍ଥାନିତ ୫୦୦ ଭାରତୀୟଙ୍କ ମଧ୍ୟରୁ ୧୦୦ଜଣଙ୍କୁ ନୋଟିସ୍: ଜଷ୍ଟିସ୍‌ ପଶାୟତ 

କଟକ: ପାନାମା ପେପର୍ସରେ ନାମ ପ୍ରକାଶ ପାଇଥିବା ପ୍ରାୟ ୫୦୦ ଭାରତୀୟଙ୍କ ମଧ୍ୟରୁ ୧୦୦ଜଣଙ୍କୁ ନୋଟିସ୍ ଜାରି କରାଯାଇଛି। ଆଜି ବିଭିନ୍ନ ବିଭାଗର ଉଚ୍ଚ ଅଧିକାରୀଙ୍କ ସହ ଏକ ବୈଠକ କରିବା ପରେ ଏହି ସୂଚନା ଦେଇଛନ୍ତି କଳାଧନ ଉପରେ ତଦନ୍ତ କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ସ୍ପେଶାଲ୍ ଇନ୍‌ଭେଷ୍ଟିଗେଟିଭ୍ ଟିମ୍(ଏସଆଇଟି)ର ଉପାଧ୍ୟକ୍ଷ ଜଷ୍ଟିସ୍‌ ଅରିଜିତ ପଶାୟତ। ସେ କହିଛନ୍ତି, “ପାନାମା ପେପର୍ସ ଲିକରେ ସମ୍ପୃକ୍ତ ଥିବା ଶହେ ଜଣଙ୍କୁ ନୋଟିସ୍ ଦିଆଯାଇଛି। କିଛି ଜଣ […]

sit

sit

Rakesh Mallick
  • Published: Wednesday, 27 April 2016
  • Updated: 28 April 2016, 04:51 AM IST

Sports

Latest News

କଟକ: ପାନାମା ପେପର୍ସରେ ନାମ ପ୍ରକାଶ ପାଇଥିବା ପ୍ରାୟ ୫୦୦ ଭାରତୀୟଙ୍କ ମଧ୍ୟରୁ ୧୦୦ଜଣଙ୍କୁ ନୋଟିସ୍ ଜାରି କରାଯାଇଛି। ଆଜି ବିଭିନ୍ନ ବିଭାଗର ଉଚ୍ଚ ଅଧିକାରୀଙ୍କ ସହ ଏକ ବୈଠକ କରିବା ପରେ ଏହି ସୂଚନା ଦେଇଛନ୍ତି କଳାଧନ ଉପରେ ତଦନ୍ତ କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ସ୍ପେଶାଲ୍ ଇନ୍‌ଭେଷ୍ଟିଗେଟିଭ୍ ଟିମ୍(ଏସଆଇଟି)ର ଉପାଧ୍ୟକ୍ଷ ଜଷ୍ଟିସ୍‌ ଅରିଜିତ ପଶାୟତ।

ସେ କହିଛନ୍ତି, “ପାନାମା ପେପର୍ସ ଲିକରେ ସମ୍ପୃକ୍ତ ଥିବା ଶହେ ଜଣଙ୍କୁ ନୋଟିସ୍ ଦିଆଯାଇଛି। କିଛି ଜଣ ଜବାବ ଦେଇଛନ୍ତି। ଆଉ କେତେ ଜଣଙ୍କ ଜବାବକୁ ଅପେକ୍ଷା କରାଯାଇଛି।”

ସେ କହିଛନ୍ତି,“କଳାଧନ ସଂଗ୍ରହ କରିବାରେ ଏସଆଇଟି  ପ୍ରୋଗେସ୍ କରିଛି। ଗୋଟିଏ ସ୍ଥାନରୁ ୨୮ କୋଟିରୁ ଅଧିକ ଓ ଅନ୍ୟ ଏକ ସ୍ଥାନରୁ ୨୦ କୋଟିରୁ ଅଧିକ ଟଙ୍କା ବାହାରି ଥିଲା।”

ସେହିପରି କଳାଧନ ସଂପର୍କିତ ତଦନ୍ତ କରିବା ପାଇଁ ବିଭିନ୍ନ ବିଭାଗ ସେମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ଆଜିର ବୈଠକରେ କେନ୍ଦ୍ର ଓ ରାଜ୍ୟର ବିଭିନ୍ନ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। କ୍ରାଇମବ୍ରାଞ୍ଚ ସ୍ପେଶାଲ ଡିଜି ବି.କେ. ଶର୍ମା, ଖଣି ନିର୍ଦ୍ଦେଶକ ଦୀପକ ମହାନ୍ତି, ପ୍ରିନସିପାଲ ଚିଫ୍ କମିଶନର ଇନକମ୍ ଟାକ୍ସ ସୁନୀଲ ମିଶ୍ର, ରେଭିନ୍ୟୁ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟର ଏଡିଜି ଜନ ଜୋସେଫ ଓ ଏକ୍ସାଇଜ୍ ଆଣ୍ଡ କଷ୍ଟମ୍ସ ଯୁଗ୍ନ କମିଶନର  ଅଶୋକ କୁମାର ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos