ବିଭିନ୍ନ ଜିଲ୍ଲାରେ ହିତାଧିକାରୀଙ୍କୁ ଡିଜିଟାଲ ରେସନ କାର୍ଡ ବଣ୍ଟନ

ବଲାଙ୍ଗିର/କନ୍ଧମାଳ/ଝାରସୁଗୁଡା/ଗଜପତି/ବରଗଡ/: ରାଜ୍ୟର ୧୪ଟି ଜିଲ୍ଲାରେ ଆଜି ଖାଦ୍ୟ ନିରାପତ୍ତା ଆଇନ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ଡିଜିଟାଲ ରେସନ କାର୍ଡ ବଣ୍ଟନ କରାଯାଇଛି । ଭିନ୍ନ ଭିନ୍ନ ଜିଲ୍ଲାରେ ମନ୍ତ୍ରୀମାନେ ଏହାକୁ ଉଦଘାଟନ କରିଥିଲେ । ବଲାଙ୍ଗିର ଜିଲ୍ଲାରେ ରାଜ୍ୟ କୃଷି ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ପ୍ରଦୀପ ମହାରଥୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ମନ୍ତ୍ରୀଙ୍କ ସହିତ ବଲାଙ୍ଗିର ସାଂସଦ କଲିକେଶ ନାରାୟଣ ସିଂଦେଓ, ଟିଟିଲାଗଡ ବିଧାୟିକା ଟୁକୁନୀ ସାହୁ, କଣ୍ଟାବାଞ୍ଜି ବିଧାୟକ ଆୟୁବ […]

padicard

padicard

Rakesh Mallick
  • Published: Friday, 02 October 2015
  • Updated: 02 October 2015, 12:28 PM IST

ବଲାଙ୍ଗିର/କନ୍ଧମାଳ/ଝାରସୁଗୁଡା/ଗଜପତି/ବରଗଡ/: ରାଜ୍ୟର ୧୪ଟି ଜିଲ୍ଲାରେ ଆଜି ଖାଦ୍ୟ ନିରାପତ୍ତା ଆଇନ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ଡିଜିଟାଲ ରେସନ କାର୍ଡ ବଣ୍ଟନ କରାଯାଇଛି । ଭିନ୍ନ ଭିନ୍ନ ଜିଲ୍ଲାରେ ମନ୍ତ୍ରୀମାନେ ଏହାକୁ ଉଦଘାଟନ କରିଥିଲେ । ବଲାଙ୍ଗିର ଜିଲ୍ଲାରେ ରାଜ୍ୟ କୃଷି ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ପ୍ରଦୀପ ମହାରଥୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ମନ୍ତ୍ରୀଙ୍କ ସହିତ ବଲାଙ୍ଗିର ସାଂସଦ କଲିକେଶ ନାରାୟଣ ସିଂଦେଓ, ଟିଟିଲାଗଡ ବିଧାୟିକା ଟୁକୁନୀ ସାହୁ, କଣ୍ଟାବାଞ୍ଜି ବିଧାୟକ ଆୟୁବ ଖାଁ, ବଲାଙ୍ଗିର ଜିଲ୍ଲାପାଳ ଏମ୍. ମୁଥୁକୁମାର ଏବଂ ଏସପି ଦୀପକ କୁମାର ପ୍ରମୁଖ ଯୋଗ ଦେଇଥିଲେ।  ଏହି ଯୋଜନାରେ ଗରିବ ପରିବାରମାନେ ପ୍ରତି ମାସ ପାଞ୍ଚ କିଲୋ ଚାଉଳ, ଗହମ ପାଇପାରିବେ ବୋଲି ମନ୍ତ୍ରୀ କହିଛନ୍ତି ।

ସେହିପରି ଝାରସୁଗୁଡା ଜିଲ୍ଲାରେ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚି ନାୟକ ମୁଖ୍ୟଅତିଥି ରୂପେ ଯୋଗଦେଇ ହିତାଧିକାରୀଙ୍କୁ ରେସନ କାର୍ଡ ବଣ୍ଟନ କରିଥିଲେ । ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ଏହାର ସୁଫଳ କିପରି ସେମାନେ ପାଇ ପାରିବେ ତାହା ଉପରେ ବିଶେଷ ଦୃଷ୍ଟି ଦିଆଯାଉଥିବା ମନ୍ତ୍ରୀ କହିଥିଲେ । ଜିଲ୍ଲା ଡିଆରଡିଏ ହଲଠାରେ କାର୍ଡ ବଣ୍ଟନ ଲାଗି ହୋଇଥିବା ଏହି କାର୍ଯ୍ୟକ୍ରମରେ ଝାରସୁଗୁଡା ବିଧାୟକ ନବ ଦାଶ, ବ୍ରଜରାଜନଗର ବିଧାୟିକା ରାଧାରାଣୀ ପଣ୍ଡା, ଜିଲ୍ଲାପାଳ ପରମେଶ୍ୱରଂ ବି. ପ୍ରମୁଖ ଉପସ୍ଥିତ ଥିଲେ।

କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ ଗଞ୍ଜୁଗୁଡା ଗାଁରେ ହିତାଧିକାରୀଙ୍କୁ ରେସନ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ ରାଜ୍ୟ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ । କନ୍ଧମାଳ ଜିଲ୍ଲାପାଳ ୟାମିନୀ ଷଡଙ୍ଗୀଙ୍କ ଉପସ୍ଥିତିରେ ୫ ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ଚୟନ କରାଯାଇଥିଲା । କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ସୁଦାମ ମାରାଣ୍ଡି ଗଜପତି ଜିଲ୍ଲାରେ ଡିଜିଟାଲ ରେସନ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ । ଜିଲ୍ଲାର ୩ଲକ୍ଷ ୯୬ହଜାର ୭୧୩ ଜଣ ହିତାଧିକାରୀଙ୍କୁ ନୂଆ କାର୍ଡ ପ୍ରଦାନ କରାଯିବ ବୋଲି ଏହି ଅବସରରେ ମନ୍ତ୍ରୀ ସୂଚନା ଦେଇଥିଲେ । ବରଗଡ ଜିଲ୍ଲାରେ ମଧ୍ୟ ଖାଦ୍ୟ ସୁରକ୍ଷା ଆଇନ ଆଧାରରେ ରେସନ କାର୍ଡ ବଣ୍ଟନ ହୋଇଛି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା ବଣ୍ଟନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story