ବିଡ଼ାନାସୀ ଡଙ୍ଗା ଚାଳକ ସଂଘ ଓ ପ୍ରଶାସନ ମଧ୍ୟରେ ବିବାଦ: ଧବଳେଶ୍ୱରଙ୍କ ଦର୍ଶନରୁ ବହୁ ଶ୍ରଦ୍ଧାଳୁ ବଞ୍ଚିତ

କଟକ: ବିଡାନାସୀ ଘାଟରେ ଡଙ୍ଗା ଚଳାଚଳକୁ ନେଇ ଦେଖାଦେଇଥିବା ବିବାଦ ଯୋଗୁଁ ଆଜି ବହୁ ଶ୍ରଦ୍ଧାଳରୁ ପଞ୍ଚୁକର ପ୍ରଥମ ଦିନରେ ଧବଳେଶ୍ୱରଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି । ପ୍ରଶାସନ ଓ ଡଙ୍ଗା ଚଳକ ସଂଘ ବିବାଦ ଯୋଗୁଁ ଘାଟରେ ଡଙ୍ଗ। ଚଳାଚଳ ବନ୍ଦ ରହିଛି। ତେବେ ଶ୍ରଦ୍ଧାଳୁଙ୍କ ସୁବିଧା ଲାଗି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜିଲ୍ଲା ପ୍ରଶାସନ କହିଛି।

ପଞ୍ଚୁକର ପ୍ରଥମ ଦିନରେ ବାବା ଧବଳେଶ୍ୱରଙ୍କ ଦର୍ଶନ ଲାଗି ଯିବାକୁ ବହୁ ଶ୍ରଦ୍ଧାଳୁ ବିଡାନାସୀ ଘାଟରେ ପହଞ୍ଚି ଥିଲେ। ହେଲେ ଘାଟରେ ଡଙ୍ଗା ଚାଲୁ ନ ଥିବାରୁ ଶ୍ରଦ୍ଧାଳୁଙ୍କୁ ନିରାଶ ହେବାକୁ ପଡିଥିଲା। ଶେଷରେ ବହୁ ଶ୍ରଦ୍ଧାଳୁ ବିଡାନାସୀ ଘାଟରେ ହିଁ ଧବଳେଶ୍ୱରଙ୍କ ପୂଜା କରି ଫେରିଯାଇଥିଲେ।

ଘାଟରେ ଚଳାଚଳ କରୁଥିବା ଡଙ୍ଗ।ର ରେଜିଷ୍ଟ୍ରେସନ, ବୀମା ସହ ଲାଇଫ୍ ଜ୍ୟାକେଟ୍ ରଖିବା  ବାଧ୍ୟତାମୂଳକ କରିଥିଲା ପ୍ରଶାସନ । ତେବେ ଏପରି ନିୟମକୁ ସଂଘ ନ ମାନି ଡଙ୍ଗ। ଚଳାଇବାରୁ ପ୍ରଶାସନ ପକ୍ଷରୁ ସେମାନଙ୍କୁ ତାଗିଦ କରାଯାଇଥିଲା। ଏହାର ପ୍ରତିବାଦରେ ସଂଘ ପକ୍ଷରୁ ଡଙ୍ଗା ଚଳାଚଳ ବନ୍ଦ କରିଦିଆଯାଇଛି। ସେପଟେ ବିଡାନାସୀ ଘାଟରେ ଥିବା ଶ୍ରଦ୍ଧାଳୁଙ୍କୁ ବସ୍ ଯୋଗେ ଧବଳେଶ୍ୱର ନିଆଯାଇଛି । ବାହାରୁ ଡଙ୍ଗ। ଆଣି ଚଲାଯିବାର ବ୍ୟବସ୍ଥା କରାଯାଉଛି ବୋଲି ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର କହିଛନ୍ତି।