ଆସନ୍ତାକାଲି ବିଧାନସଭାରେ ଚାଷୀ ଆତ୍ମହତ୍ୟା ଓ ମରୁଡି ପ୍ରସଙ୍ଗ ଆଲୋଚନା ହେବ: ବିରୋଧୀ ଦଳ ନେତା

ଭୁବନେଶ୍ୱର: ଚାଷୀ ଆତ୍ମହତ୍ୟା ଓ ମରୁଡି ପ୍ରସଙ୍ଗ ଆଲୋଚନାକୁ ନେଇ ଆଜି ବିଧାନସଭା ଶୀତ ଅଧିବେଶନ ଚାଲିପାରି ନ ଥିଲା। ଦୁଇଥର ଗୃହ ମୁଲତବୀ ହେବା ପରେ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ବାଚସ୍ପତି ମୁଲତବୀ କରିଦେଇଥିଲେ। ଅପରାହ୍ନରେ ଚାଷୀ ଆତ୍ମହତ୍ୟା ଓ ମରୁଡ଼ି ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀ କରିଥିବା ଦାବି କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକରେ ଗୃହୀତ ହୋଇଛି। ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏହି ସୂଚନା ଦେଇଛନ୍ତି। ଆସନ୍ତାକାଲି ଏହି ପ୍ରସଙ୍ଗରେ ଆଲୋଚନା ହେବ ବୋଲି ସେ କହିଛନ୍ତି।